ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁକାଶ୍ମୀରରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା; ଡ୍ରୋନ୍‌ ଦ୍ୱାରା ଶତୃଙ୍କ ଉପରେ ରଖାଯାଇଛି ତିକ୍ଷ୍ଣ ନଜର

Published By : Prameya-News7 Bureau | August 14, 2022 IST

ଶ୍ରୀନଗର ୧୪/୦୮: ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁକାଶ୍ମୀରରେ ଆତଙ୍କୀ ଆକ୍ରମଣ ବଢ଼ୁଛି। ଏଥିରେ ଆତଙ୍କବାଦୀମାନେ ସୈନିକ ଓ ଚାଷୀମାନଙ୍କୁ ଟାର୍ଗଟ କରୁଛନ୍ତି। ସେଥିପାଇଁ କୌଣସି ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିସ୍ଥିତିକୁ ଲକ୍ଷ ରଖି ସେଠାରେ ପୋଲିସ ଓ ସେନା ପୁରା ସଜାଗ ହୋଇ ରହିଛନ୍ତି। ସାରା ଦେଶରେ ସ୍ୱାଧୀନତା ଦିବସ ଦିବସ ପାଳନ ସମୟରେ ଯେପରି କୌଣସି ବିଶୃଙ୍ଖଳା ଜନିତ ପିରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏସଏସପି ଚନ୍ଦନ କୋହଲି କହିଛନ୍ତି ଜମ୍ମୁ ଜିଲ୍ଲା ପାଇଁ କୌଣସି ସୁରକ୍ଷାଜନିତ ସୂଚନା  ଦିଆ ଯାଇନାହିଁ ବପୋଲି କହିଛନ୍ତି। କିନ୍ତୁ ସ୍ୱାଧୀନତା ଦିବସକୁ ଲକ୍ଷ ରଖି ଆମେ ସୁରକ୍ଷାକୁ କଡ଼ାକଡ଼ି କରିଛୁ। ଆମେ ଏମ.ଏ .ଷ୍ଟାଡିୟମକୁ ଗୁରୁତ୍ୱ ଦେଉଛୁ ଓ ସେଠାରେ ବିସ୍ତୃତ ସୁରକ୍ଷା ଯୋଜନା କରାଯାଇଛି। ଏହା ଛଡ଼ା ପ୍ରତ୍ୟକ ଜାଗାରେ ଯାଞ୍ଚ କରାଯିବା ସହିତ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ତିକ୍ଷ୍ଣ ନଜର ରଖାଯାଇଛି ବୋଲି ସେ କହିଛନ୍ତି।    

କାଶ୍ମୀରରେ ଏବେ ଟାର୍ଗଟ କିଲିଙ୍ଗ କରାଯାଉଛି। ସୈନିକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ଗତ ଶନିବାର ଆତଙ୍କବାଦୀମାନେ ଅଲ୍ଲୀ ଜାନ ରାସ୍ତାରେ ସୁରକ୍ଷାକର୍ମୀଙ୍କୁ  ଗ୍ରେନେଡ ମାଡ଼ କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ବା ଶୁକ୍ରବାର ବାନ୍ଦିପୋରାରେ ଆତଙ୍କବାଦୀମାନେ ଜଣେ ବିହାର ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଅନ୍ୟପଟେ ରାଜୌରିର ସେନା କ୍ୟାମ୍ପରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇଜଣ ଯବାନ ଶହୀଦ ହୋଇଛନ୍ତି। ଏନେଇ ସ୍ଥଳସେନାର ଜବାବି କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେପଟେ ଶୁକ୍ରବାର ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ବହୁତ ଶୀଘ୍ର ଆତଙ୍କବାଦୀ କାର୍ଯ୍ୟକଳାପକୁ ସମାପ୍ତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.