ବିପଦରେ ଦଲାଇ ଲାମାଙ୍କ ସୁରକ୍ଷା, କିଏ କରୁଛି ଜାଶୁଶୀ ? ସନ୍ଦିଗ୍ଧ ଚୀନ ମହିଳାଙ୍କୁ ଗିରଫ କଲା ପୁଲିସ
29/12/2022 at 8:37 PM

ନୂଆଦିଲ୍ଲୀ: ଚୀନ ସହ ଭାରତର ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଭାରତରେ ରହୁଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ବିହାରର ବୋଧଗୟାରେ ରହୁଥିବା ଦଲାଇଲାମାଙ୍କର ଯାଶୁଶୀ କରାଯାଉଥିବା ସୁରକ୍ଷା ଏଜେନ୍ସି ସତର୍କ ସୂଚନା ଜାରି କରିଛି।
ସତର୍କ ସୂଚନା ପାଇବା ପରେ ସକ୍ରିୟ ହୋଇପଡ଼ିଛି ବିହାର ପୁଲିସ। ଜଣେ ଚୀନ ମହିଳା ଦଲାଇ ଲାମାଙ୍କର ଜାଶୁଶୀ କରୁଥିବାର ଅଭିଯୋଗ ଶୁଣିବାକୁ ମିଳୁଛି। ଯାହାର ଏକ ସ୍କେଚ୍(ଅଙ୍କିତ ମୁଖଚିତ୍ର) ଜାରି କରିଛି ଗୋଇନ୍ଦା ସଂସ୍ଥା। ସ୍କେଚ୍ ଜାରି କରିବା ପରେ ବିହାର ପୁଲିସ ବୋଦଗାୟର କାଳଚକ୍ର ଗ୍ରାଉଣ୍ଡ ବାହାରେ ଉକ୍ତ ମହିଳାଙ୍କୁ ଗିରଫ କରିଛି। ଗୟା ସହରର ଏସ୍ପି ଉକ୍ତ ମହିଳାଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।
ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ମାସେ ପାଇଁ ବୋଧଗୟାରେ ରହିବେ। ଗୁରୁବାର ଠାରୁ ଏଠାରେ ଦଲାଇଲାମା ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶବିଦେଶରୁ ୬୦ ହଜାର ଲୋକ ଏଠାରେ ପହଞ୍ଚିଛନ୍ତି। ଏହାରି ମଧ୍ୟରେ ଉକ୍ତ ଚୀନ ମହିଳା ମଧ୍ୟ ଏଠାରେ ପହଞ୍ଚିଛନ୍ତି।
ଗୟା ଏସ୍ପିଙ୍କ କହିବା ଅନୁସାରେ, ସ୍କେଚ୍ ଜାରି ପରେ ହୋଟେଲଗୁଡ଼ିକରେ ଛାନ୍ଭିନ ଚାଲିଛି। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ମିଳି ନାହିଁ। ତେବେ ଦଲାଇ ଲାମାଙ୍କ ସହ ମହାବୌଦ୍ଧି ମନ୍ଦୀରକୁ ବି ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ଏସ୍ପି କହିଛନ୍ତି।
କାହିଁକି ଦଲାଇ ଲାମା ଉପରେ ରାଗୁଛି ଚୀନ?
କାହାଣୀ ଆରମ୍ଭ ହେଉଛି ଚୀନର ତିବ୍ବତ ଦଖଲ ଦିନ ଠାରୁ। ୧୯୫୯ରେ ଚୀନ ସରକାରୀ ଭାବରେ ତିବ୍ବତ ଦଖଲ କରିନେଲା। ହେଲେ ଦଲାଇ ଲାମା ଚୀନର ଏହି ଆଭିମୁଖ୍ୟକୁ ବିରୋଧ କରିଥିଲେ। ଆଉ ଚୀନ ଦଲାଇ ଲାମାଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲା। ସେବେଠାରୁ ଦଲାଇଲାମା ଭାରତରେ ସରଣ ନେଇଛନ୍ତି। ଭାରତ ଦଲାଇଲାମାଙ୍କୁ ସରଣ ଦେଇଥିବାରୁ ଚୀନ ଭାରତକୁ ନିଜ ଶତ୍ରୁ ଭାବେ ଦେଖି ଆସିଛି।