ସିଡିଏମଓଙ୍କ ଅଫିସ ସମ୍ମୁଖରେ ବସିଲେ ମେଡିକାଲ ସୁରକ୍ଷାକର୍ମୀ, ଦରମା ମିଳୁନଥିବା ଅଭିଯୋଗରେ ଦେଲେ ଧାରଣା

Published By : Prameya-News7 Bureau | April 25, 2023 IST

ଭଦ୍ରକ ୨୫/୦୪: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ ଦୁଆରେ ଧାରଣାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସୁରକ୍ଷାକର୍ମୀ । ଦୁଇ ମାସ ଧରି ଦରମା ଦିଆଯାଇନଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସୁରକ୍ଷାକର୍ମୀମାନେ ଦୀର୍ଘ ଦୁଇ ମାସ ହେବ ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦରମା ମିଳି ନାହିଁ ।

wp:gallery {"linkTo":"none"} /wp:gallery

ତେବେ ସିକ୍ୟୁରୀଟି ସୁପରଭାଇଜରଙ୍କ କହିବା କଥା ଯେ ସେ ଆବଶ୍ୟକୀୟ କାଗଜପତ୍ର ଜମା କରିଛନ୍ତି । କିନ୍ତୁ ଦରମା ଦେବାରେ ବିଭାଗ ତରଫରୁ ଅବହେଳା କରାଯାଉଛି । କିନ୍ତୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ କହିବା କଥାରେ ଗୋଟିଏ ମାସ ର ଦରମା ବନ୍ଦ ରହିଛି । ଜମା କରାଯାଇଥିବା କାଗଜପତ୍ର ଓ ଅନ୍ୟ କେତେକ କେଶ ପାଇଁ ଦରମା ଦିଆଯାଇ ନଥିଲା । ଏବେ ଖୁବ ଶୀଘ୍ର ଦରମା ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.