ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | August 03, 2021 IST

ଭୁବନେଶ୍ବର ୩।୮: ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । ମୃତକ ହେଲେ କୃଷ୍ଣଚନ୍ଦ୍ର ଦାସ । ତେବେ ସଂପୃକ୍ତ ସିକ୍ୟୁରିଟି ଗାର୍ଡ ଜଣଙ୍କର ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ । ତେବେ ପାରିବାରିକ କଳହ ଯୋଗୁଁ ସିକ୍ୟୁରିଟି ଗାର୍ଡ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.