ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସୁରକ୍ଷା କର୍ମୀ

Published By : Prameya-News7 Bureau | October 20, 2022 IST

କଟକ ୧୯/୧୦: କଟକ ଏସ୍ ସି ଵି ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ । ମେଡିକାଲ ଫାଣ୍ଡି ଭିତରେ ପଶି ମାଡ ମାରିଲେ ସୁରକ୍ଷା କର୍ମୀ । ମଙ୍ଗଳାଵାଗ ଥାନାରେ ଏତଲା ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଗତକାଲି ଵିଳମ୍ବିତ ରାତ୍ରୀରେ ଯାଜପୁର ମେଡିକାଲରୁ ରୋଗୀ ଆଣି ଆସିଥିବା ଜଣେ ୧୦୮ ଆମ୍ବୁଲାନ୍ସ ଫର୍ମାସିଷ୍ଟଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ମାଡ ମାରିଥିବା ମଙ୍ଗଳାଵାଗ ଥାନାରେ ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ମେଡିକାଲ ଫାଣ୍ଡିକୁ ନେଇ ଫାଣ୍ଡି ଭିତରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ମାଡ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଦାଦାଗିରିର ପ୍ରତିଵାଦ କରି ଆମ୍ବୁଲାନ୍ସ କର୍ମଚାରୀ ମାନେ ମଙ୍ଗଳାଵାଗ ଥାନା ଆଗରେ ପ୍ରତିଵାଦ କରିବା ସହ ଥାନାରେ ଏତଲା ଦେଇଥିଲେ।ଆଜି ଏସ୍ ସି ଵି କର୍ତ୍ତୃପକ୍ଷ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.