Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାଦଶ ଫେଲ୍ ପୁଅ ; ପିଲାଦିନ ବିତିଥିଲା ଚାଳ ଘରେ, କଠିନ ପରିଶ୍ରମ କରି କୋଟି କୋଟି ଟଙ୍କାର ମାଲିକ

9/09/2023 at 6:08 PM

ନୂଆଦିଲ୍ଲୀ 09/09 : ଯେଉଁମାନେ ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢ଼ି ଆଗକୁ ବଢ଼ିବା ଜାଣନ୍ତି, ସେମାନେ ଜୀବନର ସବୁଠାରୁ କଠିନ ଲକ୍ଷ୍ୟ ମଧ୍ୟ ହାସଲ କରନ୍ତି। ସେହିପରି ଜମେ ଉଦାହରଣ ହେଲେ ସୁଶୀଲ ସିଂ। ଆଜି ସମସ୍ତେ ସୁଶୀଲଙ୍କୁ କୋଟିପତି ଟେକ୍ନୋପ୍ରନିୟର ଓ ତିନୋଟି ସଫଳ କମ୍ପାନୀର ମାଲିକ ଭାବେ ଜାଣନ୍ତି। ତାଙ୍କ କମ୍ପାନୀଗୁଡିକ ମଧ୍ୟରେ SSR ଟେକଭିଜନ, ଡିବାକୋ ଏବଂ ସାଇଭା ସିଷ୍ଟମ୍ ଇନକ୍। କିନ୍ତୁ ତାଙ୍କ ପାଇଁ ଏଠାରେ ପହଞ୍ଚିବାର ରାସ୍ତା ଥିଲେ ସଂଘର୍ଷରେ ପରିପୂର୍ଣ୍ଣ।

ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ସୁଶୀଲ ସିଂ । ଦ୍ୱାଦଶରେ ହୋଇଥିଲେ ଫେଲ୍। ଏହାପରେ ସେ ନିଜ କଲେଜ ପାଠପଢ଼ା ଅଧାରେ ଛାଡିଦେଇଥିଲେ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବାରୁ ଅନ୍ୟ କାମ କିଛି କରିବା ନଥିବା ସମ୍ଭବପର। ଏହାସତ୍ତ୍ୱେ ସେ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ତାଙ୍କର ସ୍ୱପ୍ନକୁ କଲେ ସାକାର। ମାସିକ ବେତନ ମାତ୍ର 11,000 ଟଙ୍କା ଦେଇ କ୍ୟାରିୟର ଆରମ୍ଭ କରିଥିବା ସୁଶୀଲ ସିଂଙ୍କର ଆଜି କୋଟି କୋଟି ଟଙ୍କାର ରୋଜଗାର ।

ସେ ଜଣେ ଟେକ୍ନୋପ୍ରେନର୍ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତିନୋଟି ଲାଭଜନକ କମ୍ପାନୀ ସହିତ ସେ ଏକ ଏନଜିଓର ପ୍ରତିଷ୍ଠାତା ମଧ୍ୟ । ଚାକିରି ଖୋଜିବା ପାଇଁ ସୁଶୀଲଙ୍କ ପରିବାର ଜୌନପୁର ଜିଲ୍ଲାର ଏକ ଗାଁରୁ ମୁମ୍ବାଇ ଚାଲି ଆସିଥିଲେ। ଏଠାରେ ସେ ଡୋମ୍ବିଭାଲି ବସ୍ତିରେ ରହୁଥିଲେ। ତାଙ୍କ ବାପା ଏକ ବ୍ୟାଙ୍କରେ ସୁରକ୍ଷା କର୍ମୀ ଏବଂ ମା ଜଣେ ଗୃହିଣୀ ଥିଲେ।

କଲ୍ୟାଣ ଡୋମ୍ବିଭାଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ସୁଶୀଲ ଦଶମ ପାସ୍ କରିଥିଲେ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସୁଶୀଲ ମଧ୍ୟ ସ୍କୁଲକୁ ବହୁତ ଉପଭୋଗ କରୁଥିଲେ । ଏହା ପରେ ପାଠପଢ଼ାରେ ଆଉ ତାଙ୍କ ମନ ଲାଗିଲାନି। ଦ୍ୱାଦଶ ଶ୍ରେଣୀରେ ସୁଶୀଲ ଫେଲ୍ ହୋଇଯାଇଥିଲେ। କିନ୍ତୁ, ପରବର୍ତ୍ତୀ ବର୍ଷ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍କୁଲ ଶିକ୍ଷା ପରେ ସୁଶୀଲ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ। ପ୍ରଥମେ ସେ ମୁଖ୍ୟ ବିଷୟ ଶିଖିବାକୁ ଉପଭୋଗ କରୁଥିଲେ।   କିନ୍ତୁ, ତାଙ୍କ ପ୍ରଫେସରମାନେ ତାଙ୍କୁ ଯାହା ଶିଖାଉଥିଲେ ସେଥିରେ ସେ ନିରାଶ ହୋଇଥିଲେ।  2003 ରେ, ସେ ଦ୍ୱିତୀୟ ବର୍ଷରେ କଲେଜ ଛାଡିଥିଲେ। 2015 ରେ ପଲିଟେକ୍ନିକ୍ ପାଠ୍ୟକ୍ରମ ସମାପ୍ତ କରିଥିଲେ। ପରେ ସୁଶୀଲ ଏକ କମ୍ପାନୀରେ ଏକ ଏଣ୍ଟ୍ରି ଲେଭଲ୍ ଟେଲିକଲର୍ ଏବଂ ସେଲ୍ ଏକଜୁକ୍ୟୁଟିଭ୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ।  ସେ ମାସକୁ 11,000 ଟଙ୍କା ଦରମା ପାଉଥିଲେ।

ନଭେମ୍ବର 2013 ରେ ସୁଶୀଲ ସରିତା ରାୱତ ସିଂଙ୍କୁ ଭେଟିଥିଲେ। ସେ ସମୟରେ ସରିତା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ।  ପରସ୍ପରକୁ ଜାଣିବା ପରେ ଦୁହେଁ ବିବାହ କରିଥିଲେ। ଦୁଇ ବର୍ଷ ମଧ୍ୟରେ, ଉଭୟ ଆମେରିକାର ଆଧାରିତ ବ୍ୟବସାୟ ସହଯୋଗରେ ନୋଏଡାରେ BPO ଆରମ୍ଭ କରିଥିଲେ।  ଏହିଠାରେ SSR ଟେକ୍ଭିଜନ ଆରମ୍ଭ ହୋଇଥିଲା।  ଆମେରିକାର ବ୍ୟବସାୟ ସହିତ ମାତ୍ର ତିନିରୁ ଚାରି ମାସ କାମ କରିବା ପରେ ସେ ନୋଏଡାଠାରେ କୋ ବ୍ୟକିଂ ସ୍ପେସ୍ ପାଇଲେ। ଅଢ଼େଇ ବର୍ଷ ପରେ ପୂରା ନୋଏଡା ବିଲଡିଂ କିଣିବାକୁ ସୁଶୀଲ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ‘ଡିବାକୋ’ ଆରମ୍ଭ କଲେ। ଏହା ଏକ ବିଶ୍ୱସ୍ତରୀୟ B2C ଅନ୍ଲାଇନ୍ ପୋଷାକ ଦୋକାନ।  ତେବେ, ସରିତା ହିଁ ଏହାକୁ ମୁଖ୍ୟତଃ ପରିଚାଳନା କରନ୍ତି। 2019ରେ ସେ ତାଙ୍କର ତୃତୀୟ ବ୍ୟବସାୟ ସାଇଭା ସିଷ୍ଟମ୍ ଇନ୍ 2019 ଆରମ୍ଭ କରିଥିଲେ।ଏହା ଏକ ବହୁରାଷ୍ଟ୍ରୀୟ ଆଇଟି ପରାମର୍ଶଦାତା କମ୍ପାନୀ ।

Also Read- ବ୍ରାଜିଲର ଶକ୍ତିଶାଳୀ ଗୁଲାମ୍ ପାଟା ସେକା,  200 ପିଲାଙ୍କୁ ଦେଇଥିଲେ ଜନ୍ମ

   Related Posts