୭ମହଲାରୁ କୁକୁରକୁ ଫିଙ୍ଗି ଦେଲା ସିକ୍ୟୁରିଟି ଗାର୍ଡ଼ : ସୋସାଇଟି ଲୋକଙ୍କଠାରୁ ଛେଚା ଖାଇବା ପରେ ଗିରଫ କଲା ପୋଲିସ୍
1/12/2020 at 10:28 AM

ଗାଜିଆବାଦ ୧/୧୨: ପଶୁଙ୍କ ସହ ମାଡ଼ପିଟ ମାମଲା ପୂର୍ବରୁ ମଧ୍ୟ ସାମନାକୁ ଆସିଛି କିନ୍ତୁ ଗାଜିଆବାଦର ରାଜନଗର ଏକ୍ସଟେନ୍ସନର ଏକ ସୋସାଇଟିରେ ଏପରି ଘଟଣା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରାଜନଗର ଏକ୍ସଟେନ୍ସନର ଷ୍ଟାର୍ ରାମେଶ୍ବରମ୍ ସୋସାଇଟିରେ ଜଣେ ସିକ୍ୟୁରିଟି ଗାର୍ଡ଼ ବୁଲା କୁକୁରକୁ ୭ମହଲାରୁ ତଳକୁ ଫିଙ୍ଗି ଦେଇଛି ଯାହା ପରେ ସେହି କୁକୁରର ଅବସ୍ଥା ଗୁରୁତର ରହିଛି। ଘଟଣା ପରେ ସୋସାଇଟିର ଲୋକେ ରାଗିଯାଇ ଗାର୍ଡ଼କୁ ପିଟିଛନ୍ତି ଏବଂ ଏହି ଭିଡିଓ ଭାଇରାଲ୍ ହୋଇଯାଇଛି। ପୋଲିସ୍ ପୂରା ମାମଲାର ତଦନ୍ତ କରି ଗାର୍ଡ଼କୁ ଗିରଫ କରିଛି।
ବୁଲା କୁକୁରକୁ ସୋସାଇଟି ଭିତରକୁ ଆସିବାକୁ ରୋକିବା ପାଇଁ ସୋସାଇଟିର ଲୋକେ ଗାର୍ଡ଼କୁ ନିର୍ଦେଶ ଦେଇଥିଲେ। କିନ୍ତୁ ସୋସାଇଟିର ଏହି ଗାର୍ଡ଼ ଏତେ ନୃଶଂସ ହେବ ଏହା କେହି ଭାବିନଥିଲେ। ଗାର୍ଡ଼ ନିଜ ଭୁଲ୍ ବୁଝି କ୍ଷମା ମାଗିଛି।
ଏହି ଗାର୍ଡ଼ଟି ଷ୍ଟାର୍ ରାମେଶ୍ବରମ୍ ସୋସାଇଟିକୁ ଆସୁଥିବା ବୁଲା କୁକୁରକୁ ରୋକିବାକୁ ଉଦ୍ୟମ କରି ଏତେ ରାଗି ଯାଇଥିଲା ଯେ ସେ ଏକ ବୁଲା କୁକୁରକୁ ୭ମହଲାରୁ ତଳକୁ ଫିଙ୍ଗି ଦେଇଥିଲା। କୁହାଯାଉଛି ଯେ ଏବେ ଏହି ବୁଲା କୁକୁରର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ ସୋସାଇଟିର ଲୋକେ ଗାର୍ଡ଼ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ଗାର୍ଡ଼କୁ ଗିରଫ କରିଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023