ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଅନନ୍ତନାଗରେ ୨ ଆତଙ୍କୀ ନିପାତ

Published By : Prameya-News7 Bureau | September 06, 2022 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତାନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୨ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଥିବା ରାଜ୍ୟ ପୋଲିସ କହିଛି । ଏହାସହ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହି ଛି। ଜାମ୍ମୁ କାଶ୍ମୀରର ପୋସକ୍ରିରି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଏହି ଅପରେସନ ଆରମ୍ଭ କରିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଗୁଳି ଚଲାଇଥଇଲେ । ପରେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଆତଙ୍କୀଙ୍କ ନିପାତ ହୋଇଥିବା ପୋଲିସ କହିଛି। ମୃତ ଦୁଇ ଆତଙ୍କୀଙ୍କ ପରିଚୟ ଦାନିଶ ଭଟ୍ଟ ଏବଂ ବଶାରତ ନଭୀ ରୂପେ ହୋଇଛି। ଦୁହେଁ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦୀନର ସହ ଜଡିତ ଥିଲେ। ଦୁହେଁ ୨୦୨୧ରେ ଏପ୍ରିଲ ୯ରେ ଜଣେ ଟିଏ କର୍ମୀଙ୍କ ହତ୍ୟାରେ ସାମିଲ ଥିଲେ। ସେହିପରି ୨୦୨୧ ମେ ୨୯ରେ ଦୁଇ ନାଗରିକଙ୍କ ହତ୍ୟାରେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.