ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ହିଜବୁଲ କମାଣ୍ଡର ଅସରଫ ମୌଲବୀ ସହ ୩ ଆତଙ୍କୀ ନିହତ

Published By : Prameya-News7 Bureau | May 06, 2022 IST

ନୂଆଦିଲ୍ଲୀ ୬।୫: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଦକ୍ଷିଣ କାଶ୍ମୀରରେ ଏକ ସୈନ୍ୟ ଅପରେସନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅସରଫ ମୌଲବୀ ନିହତ ହୋଇଛି। ଅସରଫର ମୃତ୍ୟୁ ଘାଟିରେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ଧରାଯାଉଛି। ଏହି ଆତଙ୍କୀ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବଟଫୁଟର ଘଞ୍ଚ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ନିଜର ଦୁଇ ସହଯୋଗୀଙ୍କ ସହ ନିହତ ହୋଇଛି।

କାଶ୍ମୀର ପୋଲିସ ଆଜି ବିଜୟ କୁମାର ଏହି ଖବର ଉପରେ ମୋହର ମାରିଛନ୍ତି। ବିଜୟ କୁମାର କହିଛନ୍ତି, ଅସରଫ ମୌଲବୀ ହିଜବୁଲର କମାଣ୍ଡର ଥିଲା। ୨୦୨୦ ମେ ୬ ତାରିଖରେ ରିୟାଜ ନାଇକୁର ମୃତ୍ୟୁ ପରେ କମାଣ୍ଡର ହୋଇଥିଲା।

ସେନା ଗୁଳିରେ ଅସରଫ ମରିବା ଦକ୍ଷିଣ କଶ୍ମୀରରେ ହିଜବୁଲର ଗତିବିଧି ଉପରେ ଲଗାମ ଲଗାଇବ। ଉପତ୍ୟକାରେ ଏବେ ହିଜବୁଲର ଜଣେ ବି କମାଣ୍ଡର ଜୀବିତ ନାହିଁ। ବୁରହାନ ବାନୀ ସମୟରେ ଜାରି ହୋଇଥିବା ଆତଙ୍କୀ ସୂଚୀରେ ସାମିଲ ଥିଲା ଅସରଫ । ଏହାସହ ପୋଲିସ ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସାମିଲ ଥିଲା। ଏହି ଆତଙ୍କୀ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶ ରଖାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.