scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସରଗନା ଗନୀ ନିହତ, ସର୍ଚ୍ଚ ଅପରେସନ ଜାରି

9/03/2021 at 8:49 PM

ଶ୍ରୀନଗର ୦୯/୦୩ : ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳକୁ ବଡଧରଣର ସଫଳତା ମିଳିଛି । ସୋପୋର ଅଞ୍ଚଳରେ ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀ ଅଲବଦର ଆତଙ୍କୀ ସଂଗଠନର ସରଗନା ଗନୀ ଖ୍ବାଜା । ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ଆଇଜିପି ବିଜୟ କୁମାର ।

ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳା ବାରୁଦ ମଧ୍ୟ ଜବତ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସେଠା​‌ରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଉଭୟ ପଟୁ ପ୍ରବଳ ଗୁଳିମାଡ ଜାରି ରହିଛି ।

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ସୁରକ୍ଷାବଳକୁ ସୂଚନା ମିଳିଥିଲା ଯେ, ସୋପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଏହା ପରେ ସଂପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର କରିଥିଲେ ସୁରକ୍ଷାକର୍ମୀ । ତେବେ ଆତଙ୍କବାଦୀମାନଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ଆରମ୍ଭ ହେବାପରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ । ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସରଗନା ଗନୀ ଖ୍ବାଜା ନିହତ ହୋଇଛି । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

   Related Posts