ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ, ବଡ଼ଧରଣର ଅଘଟଣରୁ ବର୍ତ୍ତିଲେ ଯବାନ

Published By : Prameya-News7 Bureau | June 11, 2024 IST

ମାଲକାନଗିରି ୧୧।୦୬ : କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଟାର୍ଗେଟରୁ ଅଳ୍ପକେ ବର୍ତ୍ତିଲେ ଯବାନ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲା ଚାର୍ଲା ଥାନା ପୋସୁଗୁପ୍ପା ଜଙ୍ଗଲରେ ଚାଲିଛି ଅପରେସନ । 

ଖବର ଅନୁଯାୟୀ, ପୋସୁଗୁପ୍ପା ଜଙ୍ଗଲରେ ସିଆରପିଏଫ ଓ ଡିଆରଜି ବାହିନୀର ଯବାନ ମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ । ପୂର୍ବରୁ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରିବା ଲାଗି ମାଟି ତଳେ ୭୦ ଟି ସ୍ପାଇକ ହୋଲ କରିଥିଲେ । ଗାତ ଭିତରେ ୪୯୩୬ଟି ଗୋଜିଆ ଲୁହା କଣ୍ଟା ଭର୍ତ୍ତି କରି ରଖିଥିଲେ। ଯଦି ଏଥିରେ ଯବାନମାନଙ୍କ ପାଦ ପଡିଥାନ୍ତା । ତାହେଲେ ବଡ଼ଧରଣର ଅଘଟଣ ଘଟିଥାନ୍ତା । ଆଉ ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥାନ୍ତେ । ହେଲେ ସୁରକ୍ଷାକର୍ମୀଙ୍କ ସତର୍କତା ଲାଗି ସ୍ପାଇକ୍‌ ହୋଲ ଥିବା ଜଣାପଡିଥିଲା । ଆଉ ୭୦ଟି ସ୍ପାଇକ୍‌ ହୋଲକୁ ମାଟି ତଳୁ ବାହାର କରିଥିଲେ । ଯାହାଫଳରେ ସମସ୍ତ ଯବାନ ସୁରକ୍ଷାରେ ନିଜ ନିଜ ଅପରେସନରେ ବାହାରିଛନ୍ତି । ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.