ବିଶ୍ୱକପ୍ ୨୦୨୩ : ଫାଇନାଲ୍ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି, ଜଗିବେ ୬ ହଜାର ପୋଲିସ
19/11/2023 at 12:21 PM

ଅହମ୍ମଦାବାଦ୍ ୧୯।୧୧ : ବିଶ୍ୱକପ୍ ୨୦୨୩ । ଫାଇନାଲ ଫାଇଟ୍ ପାଇଁ ପ୍ରସ୍ତୁତ ଷ୍ଟାଡିୟମ୍ । ଅପେକ୍ଷା ଅପରାହ୍ନ ୨ଟାକୁ । ଯେତେବେଳେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଅଷ୍ଟ୍ରେଲିଆ । ତେବେ ମ୍ୟାଚ୍କୁ ଦୃଷ୍ଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ମିଳିଥିବା ଖବର ଅନୁସାରେ, ରବିବାର ଅହମ୍ମଦାବାଦ୍ରେ ଫାଇନାଲ୍ ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଗଣ ସାମିଲ ହେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଫାଇନାଲ୍ ମ୍ୟାଚ୍ ପାଇଁ ମୋଟ ୬୦୦୦ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏହାସହ ୪ଜଣ ବରିଷ୍ଠ ପୋଲିସ ଅଫିସର ମଧ୍ୟ ଉପସ୍ଥିତ ରହିବେ । ଯେଉଁମାନେ ଆଇପିଏସ୍, ଆଜି, ଡିଆଇଜି ରାଙ୍କର ଅଫିସର ହୋଇଥିବେ । ଏହାବାଦ୍ ୨୩ ଜଣ ଡିସିପି ମଧ୍ୟ ମୁତୟନ ରହିଥିବା ବେଳେ ୨୩ ଜଣ ଅତିରିକ୍ତ କମିଶନର ରହିବେ । ସେହିପରି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୯୨ ଜଣ ପୋଲିସ ଇନ୍ସପେକ୍ଟରଙ୍କ ମୁତୟନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ତାରିଖରେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହେବେ ଦୁଇ ଶକ୍ତଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ ।