ଦେଓମାଳିରେ ୧୪୪ ଧାରା ଲାଗୁ, ନିର୍ଦ୍ଦେଶ ଅମାନ୍ୟ କଲେ ଅପରାଧିକ ମାମଲା ରୁଜୁ ନିର୍ଦ୍ଦେଶ

Published By : Prameya-News7 Bureau | November 21, 2022 IST

ଦୋଓମାଳି, ୨୦/୧୧: ରାତି ୯ରୁ ସକାଳ ୮ଟା ଯାଏଁ ଦେଓମାଳିରେ ୧୪୪ ଧାରା ଲାଗୁ ହୋଇଛି । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ଏନେଇ ଚିଠି ମାଧ୍ୟମରେ ଘୋଷଣା କରିଛନ୍ତି । ସୋମବାର ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ କରାଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀ ଯାପନ କରିବା ଓ ବିଳମ୍ବିତ ରାତି ଯାଏ ସେଠାରେ ରହି ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ଦ୍ୱାରା କରା ଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତିର କ୍ଷତି କରୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।

{"id":712193,"sizeSlug":"full","linkDestination":"none"}

ସୋମବାର ମଧ୍ୟ ରାତ୍ରୀରୁ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏସପି ଓ କୋରାପୁଟ ଉପଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ଷମ କରିବା ଦାୟିତ୍ୱ ଦିଆଯାଇଛି  ଓ ଏହା ଆସନ୍ତା ୬୦ ଦିନ ଯାଏ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶ ଅମାନ୍ୟ କଲେ ଅପରାଧିକ ମାମଲା ରୁଜୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.