ଜାମ୍ମୁକାଶ୍ମୀରରେ ଫେରୁଛି ଶାନ୍ତି : କଡା ସୁରକ୍ଷାବଳୟ ଭିତରେ ଖୋଲିଲା ସ୍କୁଲ-କଲେଜ
10/08/2019 at 8:47 AM

ଶ୍ରୀନଗର ୧୦|୮: ଘାଟିରେ ଶାନ୍ତି ଫେରୁଛି । ଧିରେ ଧିରେ ଜାମ୍ମୁ କାଶ୍ମୀରରେ ସ୍ବାଭାବିକ ହେଉଛି ସ୍ଥିତି । ଗତକାଲି ସାମ୍ବା ଓ ଉଧମପୁରରେ ସ୍କୁଲ ଖୋଲିସାରିଥିବା ବେଳେ ଆଜି ଜମ୍ମୁରେ କଡା ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିଛି । ଜମ୍ମୁର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୁଷମା ଚୌହ୍ବାନ ।

ଲୋକେ ଘରୁ ବାହାରକୁ ବାହାରିବା ସହ ଅତ୍ୟାବଶକୀୟ ସାମଗ୍ରୀ କିଣାକିଣି କରୁଛନ୍ତି । ରାଜ୍ୟରେ ଫୋନ୍ ଓ ଇଣ୍ଟରନେଟ୍ ସେବା ମଧ୍ୟ ଆଂଶିକ ଭାବେ କାମ କରୁଛି । ମସଜିଦ ମାନଙ୍କରେ ନମାଜ ପାଇଁ ଅନୁମତି ମିଳିଛି ।

୨୦ ଜଣ ବିଛିନ୍ନତାବାଦୀ ନେତାଙ୍କୁ ରାଜ୍ୟ ବାହାରକୁ ଅଣାଯାଇ ଅନ୍ୟତ୍ର ରଖାଯାଇଛି । ଅଶାନ୍ତି ସୃଷ୍ଟି କରୁଥିବା କିମ୍ବା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ସେପଟେ ଜମ୍ମୁ-କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଥିବା ବେଳେ ଅକ୍ଟୋବର ୩୧ରୁ ଏହା ଲାଗୁ ହେବ ।