କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ୧୪୪ ଧାରା ଜାରି, ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

Published By : Prameya-News7 Bureau | December 31, 2021 IST

ବ୍ରହ୍ମଗିରି ୩୧।୧୨: ଅଲାରନାଥ ପୀଠ ଏବଂ ମା’ ବାଲିହରଚଣ୍ଡୀ ପୀଠରେ ୧୪୪ ଧାରା ଜାରି । ନୂଆବର୍ଷରେ ଜନସମାଗମକୁ ରୋକିବା ପାଇଁ ଶୁକ୍ରବାରଠାରୁ ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରି ନୋଟିସ ଲଗାଇଛନ୍ତି ବ୍ରହ୍ମଗିରି ତହସିଲଦାର ।

{"id":567461,"width":755,"height":415,"sizeSlug":"full","linkDestination":"none"}

ବାଲିହରଚଣ୍ଡୀ ପୀଠକୁ ଲାଗି ରହିଥିବା ଜଙ୍ଗଲରେ ବଣଭୋଜି କରିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଅଲାରନାଥ ପୀଠରେ ମଧ୍ୟ ନୂଆ ବର୍ଷ ଉପଲକ୍ଷେ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଉଭୟ ପୀଠରେ ୧୪୪ ଧାରା ଜାରି କରାଯାଇଛି । କିନ୍ତୁ ପ୍ରଶାସନ ପକ୍ଷରୁ ଆଗରୁ ସୂଚନା ନ ଦେଇ ହଠାତ ଅଲାରନାଥ ମନ୍ଦିର ବନ୍ଦ କରିବା ନିଷ୍ପତ୍ତିକୁ ସେବାୟତମାନେ ବିରୋଧ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.