scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଙ୍କଡା ଖାଦନରେ ୧୪୪ ଧାରା ଲାଗୁ, ବେଆଇନ ବାଲି ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ

8/06/2023 at 2:46 PM

ଚଣ୍ଡିଖୋଲ ୮୬: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ ବାଲିକୁଦା ସ୍ଥିତ ବାଲିଘାଟରୁ ବେଆଇନ ଭାବେ ଚାଲିଥିବା ବାଲି ଚାଲାଣ ସମୟରେ ମାଡି ବସିଲା ତହସିଲ ପ୍ରଶାସନ । ଘଟଣାସ୍ଥଳରୁ ୫ଟି ଟ୍ରାକ୍ଟର ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲିକୁଦା ସ୍ଥିତ ବାଲିଘାଟରେ ୧୪୪ ଧାରା ଲାଗୁଥିବା ବେଳେ ସେଠାରୁ ପ୍ରତିଦିନ ପାଇଁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ଦର୍ପଣ ଅତିରିକ୍ତ ତହସିଲଦାର ଚଢ଼ାଉ କରି ୫ଟି ଟ୍ରାକ୍ଟର ଜବତ କରିଛନ୍ତି । ଅନ୍ୟପଟେ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ଉପରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଇରୀ ସ୍ଥିତ ଭାଲୁଖାଇ ଅଞ୍ଚଳରୁ ବେଆଇନ ଭାବେ ମାଙ୍କଡା ଚୋରା ଚାଲାଣ ହେଉଥିବା ବେଳେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବେଆଇନ ମାଙ୍କଡା ଖାଦାନରେ ୧୪୪ ଧାରା ଲାଗୁ କରାଯାଇଛି ।

   Related Posts