ପୁରୀ ବନ୍ଦ ବେଳେ ବ୍ୟାପକ ହିଂସା : ୧୪୪ ଧାରା ଜାରି, ପୋଲିସର ଫ୍ଲାଗ୍ ମାର୍ଚ୍ଚ, ଡିଜିଙ୍କ ସମୀକ୍ଷା

Published By : Prameya-News7 Bureau | October 03, 2018 IST

ପୁରୀ ୩|୧୦: ପୁରୀ ବନ୍ଦ ବେଳେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ଓ ହିଂସାକାଣ୍ଡ ଯୋଗୁଁ ଶ୍ରୀମନ୍ଦିର ମୁଖ୍ୟଦ୍ବାରରୁ ମାର୍କେଟ ମାର୍କେଟ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ପୋଲିସ ବଡଦାଣ୍ଡରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରିଛି । ଏପଟେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଏକ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ଧାଡି ଦର୍ଶନକୁ ବିରୋଧ ସମେତ ୮ଦଫା ଦାବି ନେଇ ଆଜି ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ପାଳନ ବେଳେ  ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ପରେ ପରେ ଆନ୍ଦୋଳନକାରୀ ଧାଡିଦର୍ଶନ ପାଇଁ ହୋଇଥିବା ବ୍ୟାରିକେଡ୍, ଜୋତାଷ୍ଟାଣ୍ଡ ଏବଂ ପୋଲିସ ଷ୍ଟାଣ୍ଡ ଭାଙ୍ଗିଥିଲେ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିବା ସହ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.