Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୁରୀ ବେଳାଭୂମୀରେ ବୁଲାବୁଲି ମନା, ଲାଗୁ ହେଲା ୧୪୪ ଧାରା

17/03/2020 at 1:09 PM

ପୁରୀ ୧୭।୩: କରୋନା ଭୟ । ପୁରୀ ସମୁଦ୍ର କୂଳରେ ୧୪୪ ଧାରା ଜାରି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାର ଜାରି କରାଯାଇଛି । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲି ଉପରେ କଟକଣା ଲଗାଯାଇଛି। ପୁରୀ ସମୁଦ୍ର କୂଳରେ ଅଧିକ ସଂଖ୍ୟାରେ ଲୋକ ରୁଣ୍ଡ ହେଉଥିବାରୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଯାହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି ।

ଏହାସହ ବେଳାଭୂମି କୂଳରେ ଥିବା ଗାନ୍ଧୀ ପାର୍କରେ ମଧ୍ୟ ୧୪୪ ଧାରା ଜାରି କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପାର୍କରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ପୁରୀ ବେଳାଭୂମିରେ ‌ବଳିଆପଣ୍ଡାରୁ ପେଣ୍ଠକଟା ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। ପର୍ଯ୍ୟଟକଙ୍କୁ ଏହା ଭିତରେ ପ୍ରବେଶକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଦୋକାନବଜାର ବି ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ୧୪୪ ଧାରା ନଉଠିବା ପର୍ଯ୍ୟନ୍ତ କେହି ଏଠାରେ ବ୍ୟବସାୟ କରିପାରିବେନି ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି।

   Related Posts