ଡ୍ରିମ୍ ଗାର୍ଲଙ୍କ ବିୟୁଟି ସିକ୍ରେଟ୍ : ଜାଣନ୍ତୁ ୭୧ବର୍ଷରେ ମଧ୍ୟ କିଭଳି ନିଜ ତ୍ବଚାର ଚମକ ବଜାୟ ରଖିଛନ୍ତି ହେମା ମାଲିନୀ

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୨/୫: ବଲିଉଡର ଡ୍ରିମ୍ ଗାର୍ଲ ଭାବେ ଜଣା ଯାଉଥିବା ହେମା ମାଳିନୀ ୭୧ବର୍ଷର କିନ୍ତୁ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ କୌଣସି ୧୭ବର୍ଷର ଝିଅଠୁ କମ୍ ନୁହେଁ। ତାଙ୍କ ତ୍ବଚା ଆଜି ବି ଗ୍ଲୋଇଂ ଏବଂ ୟଙ୍ଗ୍ ଦେଖାଯାଇଥାଏ ଯାହାର ଶ୍ରେୟ ତାଙ୍କ ଡାୟେଟ୍ ଏବଂ ସୁସ୍ଥ ଜୀବନଶୈଳୀକୁ ଯାଇଥାଏ। ବୟସ ଅଧିକ ହୋଇଥିଲେ ସୁଦ୍ଧା ଏହି ବୟସରେ ହେମା ନିଜର ଫିଟନେସ୍ ବଜାୟ ରଖିଛନ୍ତି ଯାହା ପ୍ରଶଂସାଯୋଗ୍ୟ। ତେବେ ଆସନ୍ତୁ ଜାଣିବା ହେମା ମାଳିନୀଙ୍କ ଫିଟନେସର ରାଜ ବିଷୟରେ..

{"id":263601,"sizeSlug":"large"}

ହେମା ନିଜ ଦିନର ଆରମ୍ଭ ପ୍ରତିଦିନ ୪୫ମିନିଟ୍ ଯୋଗ କରି କରନ୍ତି। ସେ ପ୍ରତିଦିନ ୪୫ମିନିଟ୍ ପ୍ରାଣାୟାମ୍ କରନ୍ତି। ହେମା ଜିମ୍ ଯାଆନ୍ତି ନାହିଁ କିନ୍ତୁ ସେ ପ୍ରତିଦିନ ୧୦ରୁ ୧୫ମିନିଟ୍ ସାଇକିଲିଂ କରିବାକୁ ଭୁଲନ୍ତି ନାହିଁ। ଏହା ସହିତ ସେ ଡ୍ୟାନ୍ସ କରିବାକୁ ପସନ୍ଦ କରନ୍ତି ଏବଂ ଡ୍ୟାନ୍ସ ପାଇଁ ମଧ୍ୟ ସମୟ କାଢ଼ନ୍ତି।

{"id":263602,"sizeSlug":"large"}

ବ୍ୟାୟାମ ଏବଂ ଯୋଗ ପରେ ଅଳ୍ପ ନଖ ଉ​‌ଷୁମ ଗରମ ପାଣି ପିଅନ୍ତି। ଏହି ପାଣିରେ ସେ ମହୁ ଏବଂ ଲେମ୍ବୁ ରସ ମଧ୍ୟ ମିଶାନ୍ତି। ଏପରି ସେ ଦିନକୁ ଦୁଇ ଥର କରନ୍ତି ଯାହା ତାଙ୍କୁ ଦିନ ସାରା ଏନର୍ଜି ଦେଇଥାଏ।

{"id":263603,"sizeSlug":"large"}

ହେମାଙ୍କ କହିବା ଅନୁସାରେ ସେ ଗତ କିଛି ବର୍ଷ ହେବ ଚିନି ଖାଇ ନାହାନ୍ତି। କେବଳ ଏତିକି ନୁହେଁ ସେ ଯେବେ ବି ବିଦେଶ ଯାଆନ୍ତି ସେତେବେଳେ ସେଠାକାର ହୋଟେଲ୍ ଏବଂ ଗେ​‌ଷ୍ଟ ହାଉସରେ ପୂର୍ବରୁ କହି ଦିଆଯାଇଥାଏ ଯେ କୌଣସି ମିଠା ଖାଦ୍ୟରେ ଚିନି ପକାଇବେ ନାହିଁ।

{"id":263605,"sizeSlug":"large"}

ହେମା ମାଲିନୀ ନିଜ ବଡିକୁ ସେପ୍ ରଖିବା ପାଇଁ ସପ୍ତାହରେ ଦୁଇ ଦିନ ଉପାସ ରୁହନ୍ତି । ଏହି ସମୟରେ ସେ ତାଜା ଫଳ,ଡ୍ରାଏ ଫ୍ରୃଟସ ଖାଇବା​‌ ପସନ୍ଦ କରନ୍ତି।

{"id":263606,"sizeSlug":"large"}

ହେମା ପୂରାପୂରି ନିରାମିଷାଶୀ। ଏହାକୁ ସେ ସୁସ୍ଥ ରହିବାର ବଡ଼ କାରଣ ମାନନ୍ତି। ତାଙ୍କ ଡାୟେଟ୍ ପ୍ଲାନ୍ ବହୁତ ହେଲଦି ହୋଇଥାଏ ଯେଉଁଥିରେ..ଲଞ୍ଚରେ ଦୁଇଟି ରୁଟି,ଗୋଟିଏ ପାତ୍ରରେ ଡାଲି,ଦୁଇଟି ତରକାରୀ ଏବଂ ଭାତ। ୨ କପ୍ ଗ୍ରୀନ୍ ଟି ମଧ୍ୟ ତାଙ୍କ ଡେଲି ରୁଟିନରେ ସାମିଲ ରହିଛି। ରାତିରେ ସେ ୮ଟା ପୂର୍ବରୁ ଡିନର୍ କରି ନିଅନ୍ତି। ଏହା ଦ୍ବାରା ଖାଇବା ହଜମ ହେବାକୁ ପୂରା ସମୟ ମିଳିଥାଏ।

{"id":263607,"sizeSlug":"large"}

ନିଜ ତ୍ବଚାକୁ ସୁସ୍ଥ ରଖିବା ପାଇଁ ସେ ଅତ୍ୟଧିକ ପାଣି ପିଇଥାନ୍ତି ଏବଂ ହେଭି ମେକଅପ୍ କରନ୍ତି ନାହିଁ।

{"id":263608,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.