Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଘର ଭଡା ନେଇ ରହୁଥିବା ଯୁବତୀଙ୍କ ଘରେ ଲୁଚା ଯାଇଥିଲା ଗୁପ୍ତ କ୍ୟାମେରା; ଘର ମାଲିକ ଗିରଫ

7/12/2018 at 11:34 AM

ଚେନ୍ନାଇ ୭/୧୨ : ଆଜି କାଲି ଚାକିରୀ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଯୁବକ ଯୁବତୀ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି | ସେହିଭଳି ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଯୁବତୀମାନେ ଘର ଭଡା ନେଇ ରହୁଥିଲେ | ଯୁବତୀମାନେ ଭଡା ନେଇ ରହୁଥିବା ଘରେ ଅନେକ ଗୁଡିଏ କ୍ୟାମେରା ଲୁଚାଛପା ଭାବେ ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି | ଘଟଣା କିଭଳି ସାମ୍ନାକୁ ଆସିଲା ଜାଣନ୍ତୁ :

ଥରେ ଜଣେ ଯୁବତୀ ସେହି ଘରେ ହେୟାର ଡ୍ରାୟର ବ୍ୟବହାର କରିବା ପାଇଁ ତାର ପ୍ଲଗ ସକେଟରେ ସଂଯୋଗ କରିବାରୁ ପ୍ଲଗଟି ଭାଙ୍ଗି ଯାଇଥିଲା | ପ୍ଲଗ ଭାଙ୍ଗିଯିବାର କାରଣ ଖୋଜିବା ବେଳେ ଜଣ ପଡିଲା ଯେ ସକେଟ ଭିତରେ ଏକ କ୍ୟାମେରା ଲଗାଯାଇଛି | ଯୁବତୀମାନେ କ୍ୟାମେରା ଲଗାଯାଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାପରେ ଘର ଭଡା ନେଇ ରହୁଥିବା ଅନ୍ୟ ଯୁବତୀଙ୍କ କାନକୁ ମଧ୍ୟ ପହଁଚିଲା | ଏହାପରେ ଯୁବତୀମାନେ ମିଶି ଥାନାରେ ଏତଲା ଦାଏର କରିଥିଲେ | ପୋଲିସ ଘଟଣାର ଛାନଭିନ କରି ୪୫ ବର୍ଷ ବୟସ୍କ ଘର ମାଲିକ ସଞ୍ଜୟକୁ ଗିରଫ କରିଥିଲା | ସଞ୍ଜୟର ଆପାର୍ଟମେଣ୍ଟରେ ଏମିତି ବହୁତ ମହିଳା ଏବଂ ଯୁବତୀ ଘର ଭଡା ନେଇ ରହୁଥିଲେ ଯେଉଁମାନେ ଚାକିରୀ କରୁଥିଲେ |

ଘଟଣା ପରେ ପୋଲିସ ଆପାର୍ଟମେଣ୍ଟର ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲା | ପୋଲିସକୁ ସେଠାରୁ ଆହୁରି ଗୁପ୍ତ କ୍ୟାମେରା ମିଳିଥିଲା |
ପୋଲିସ ସୂଚନା ଅନୁଯାୟୀ, ପୋଲିସ ସେହି ଘରୁ ୬ଟି ଗୁପ୍ତ କ୍ୟାମେରା ଜବତ କରିଥିଲା | ତେବେ ସେହି ଘରଟି ଗତ ୧୫ ଦିନ ହେବ ବ୍ୟବହାର କରାଯାଉଥିଲା |

   Related Posts