ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ ପରେ ଦ୍ୱିତୀୟ ପତ୍ନୀଙ୍କୁ ପ୍ରତାରଣା ଓ ନିର୍ଯାତନା

Published By : Prameya-News7 Bureau | August 21, 2018 IST

ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ । ଶାଶୁ ଘରେ ପହଞ୍ଚି ଅଧିକାର ଦାବି କରିଥିବା ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା । ଖୋର୍ଦ୍ଧା ଟାଉନ ଥାନାରେ ଦାୟର ଏପରି ଏକ ମାମଲା ଓ ତାର ପାଲଟା ମାମଲାକୁ ନେଇ ଚର୍ଚ୍ଚା । ଦାୟର ମାମଲାରୁ ଜଣାଯାଇଛି, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ରାଧାବଲ୍ଲଭ ସାହିର ରାଜେଶ ମହାନ୍ତି ବିଶାଖାପାଟନାମ୍ ର ଏକ କମ୍ପାନୀରେ କାମ କରୁଥିଲେ । ସେ ସେଠାରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ୨୦୧୭ ମସିହା ଜୁନ୍ ୫ ତାରିଖରେ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଉଭୟ ସେଠାରେ ବର୍ଷେ ଏକାଠି ରହୁଥିଲେ । ଗତ ମେ ମାସରେ ରାଜେଶ ଗାଁକୁ ଆସି ଆଉ ଫେରିନଥିଲେ । ସ୍ବାମୀ ନଫେରିବାରୁ ମହିଳା ଜଣକ ତାଙ୍କ ଖୋଜ ଖବର ନପାଇ ଖୋର୍ଦ୍ଧାରେ ପହଞ୍ଚିଥିଲେ । ତେବେ ରାଜେଶଙ୍କ ଘରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ବିବାହ କରିବା ପୂର୍ବରୁ ରାଜେଶ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ସଂପର୍କରେ ନଜଣାଇ ଦ୍ବିତୀୟ ବିବାହ କରିଥିଲେ । ଯୁବତୀ ଜଣକ ରାଜେଶ୍ ଙ୍କ ଘରେ କିଛି ଦିନ ଜୋର ଜବରଦସ୍ତି ରହିଥିଲେ ମାତ୍ର ରାଜେଶଙ୍କର ଦେଖା ଦର୍ଶନ ନଥିଲା। ରାଜେଶ ତାଙ୍କୁ ବିବାହ କରି ପ୍ରତାରଣା ଦେଇଥିବା ଓ ରାଜେଶଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଇଥିବା ମହିଳା ଜଣକ ଏବେ ଖୋର୍ଦ୍ଧ। ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ସେପଟେ ରାଜେଶଙ୍କ ଘର ଲୋକେ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଖୋର୍ଦ୍ଧ। ଟାଉନ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.