WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରୁ ରାଉରକେଲା ଗଡ଼ିଲା ଦ୍ବିତୀୟ ବନ୍ଦେଭାରତ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

24/09/2023 at 3:07 PM

ଭୁବନେଶ୍ବର: ଓଡ଼ିଶାରେ ଦୌଡ଼ିଲା ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ । ପୁରୀରୁ ରାଉରକେଲା ଗଡ଼ିଲା ବନ୍ଦେଭାରତ ସେମି ହାଇ-ସ୍ପିଡ୍ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାସହିତ ଦେଶ ଆଉ 8ଟି ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପିଏମ୍ । ଏହି ୯ଟି ଟ୍ରେନ୍ ରାଜସ୍ଥାନ, ବିହାର, ଓଡ଼ିଶା, ଗୁଜରାଟ, ଚେନ୍ନାଇ ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହୋଇଛି । ଏହି ଟ୍ରେନ୍ ଚଳାଚଳ ଦ୍ବାରା ୧୧ଟି ରାଜ୍ୟ ଭିତରେ ଯୋଗାଯୋଗ ବଢିବ।

ପୁରୀ-ରାଉରକେଲା ଟ୍ରେନକୁ  ପ୍ରଧାନମନ୍ତ୍ରୀ ମୋଦି ରବିବାର ଦିନ ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଅବସରରେ ଭୁବନେଶ୍ବର ରେଳ ଷ୍ଟେସନ୍ ରେ ରାଜ୍ୟପାଳ ପ୍ରଫେସର ଶ୍ରୀଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ବନ୍ଦେଭାରତ ଟ୍ରେନକୁ ସ୍ବାଗତ କରିଥିଲେ ।

ତେବେ ଏହି ସେମି ହାଇ-ସ୍ପିଡ୍ ଟ୍ରେନ୍ ଭୁବନେଶ୍ବର ବ୍ୟତୀତ ପୁରୀ, କଟକ, ତାଳଚେର ରୋଡ୍‍ ଅନୁଗୋଳ, ରେଢାଖୋଲ, ସମ୍ବଲପୁର ସହର, ଝାରସୁଗୁଡ଼ା ଏବଂ ରାଉରକେଲା ଷ୍ଟେସନରେ ରହଣୀ କରିବ ।

   Related Posts