ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦ୍ୱିତୀୟ ଟ୍ରାଏଲରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପାସ, ୧୮୦ କିଲୋମିଟର ବେଗରେ ଦୌଡିଲା ଟ୍ରେନ

26/08/2022 at 8:06 PM

ନୂଆଦିଲ୍ଲୀ:  ଦେଶର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ସଫଳତାର ଶେଷ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସ ଶତାବ୍ଦୀ ଏକ୍ସପ୍ରେସର ସ୍ଥାନ ନେବ ଏବଂ ଏଥିରେ ଶତାବ୍ଦୀ ପରି ଯାତ୍ରୀ କ୍ଷମତା ରହିବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ବନ୍ଦେ ଭାରତର ଦ୍ୱିତୀୟ ଟ୍ରାଏଲର ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତର ଦ୍ୱିତୀୟ ଟ୍ରାଏଲ ଗୁରୁବାର ହୋଇଥିଲା ।  ଆରଡିଏସଓ ଏହି ଟ୍ରାଏଲକୁ ଅଗଷ୍ଟ ୨୫ରେ କୋଟ ନାଗଡା ସେକ୍ସନ ମଧ୍ୟରେ କରିଥିଲା । ଏହି ରୁଟରେ ଟ୍ରେନକୁ ୧୨୦, ୧୫୦ ଏବଂ ୧୮୦ କିଲୋମିଟର ବେଗରେ ଚଲା ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଅଗଷ୍ଟ ୧୯ରେ ବନ୍ଦେ ଭାରତ ଏକ୍ସପ୍ରେସର ଗୋଟିଏ ଟ୍ରାଏଲ କରାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗ ଛୁଇଁବାରେ ସକ୍ଷମ।  

ରେଲୱେ ଅନୁସାରେ ଏହି ଟ୍ରେନର ଟ୍ରାଏଲ ଶେଷ ହେବା ପରେ ଏହାର ରିପୋର୍ଟ ରେଲୱେ ସେଫ୍ଟୀ କମିଶନରଙ୍କୁ ପଠାଯିବ। କମିଶନରଙ୍କ ଅନୁମତି ପରେ ଏହାକୁ ନୂଆ ରୁଟରେ ଓହ୍ଲାଯିବ। ସୂତ୍ର ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟ ଦୌଡିବ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳବାଇ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ୭୫ ନୂଆ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବାକୁ ଯୋଜନା ରଖିଛି । ଏଥିପାଇଁ ଏହି ଟ୍ରେନ ଗୁଡିକର ନିର୍ମାଣ ଦ୍ରୁତ ଗତରେ ଆଗେଇ ଚାଲିଛି । ରେଳମନ୍ତ୍ରୀ ନିଜେ ଏହା ଉପରେ ନଜର ରଖିଛନ୍ତି । ପ୍ରତିମାସରେ ୬ରୁ ୭ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବାକୁ ରେଲୱେକୁ ଲକ୍ଷ୍ୟ ଦିଆଯାଇଛି ।

   Related Posts