ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ପୃଥୀ ଓ ପୂଜାରାଙ୍କ ଅର୍ଦ୍ଧଶତକ, ଭାରତ ୧୬୯/୪
29/02/2020 at 8:45 AM

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ଶନିବାର ଦିନ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଜାରି ରହିଛି। ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ମ୍ୟାଚ୍ରେ ଟସ ଜିତି ଫିଲ୍ଡିଂ କରୁଛି ନ୍ୟୁଜିଲାଣ୍ଡ ।ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ନ୍ୟୁଜିଲାଣ୍ଡ ଟିମ୍ । ଭାରତ ୫୦ଓଭର ଖେଳ ଶେଷ ଶୁଦ୍ଧା ୪ଓ୍ବି କେଟ୍ ହରାଇ ୧୬୯ରନ୍ କରିଛି ।

ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ରୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୩୦ରନ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ ୭ରନ୍ କରି ଆଉଟ ହୋଇଥିଲେ । ପରେ ଅନ୍ତଜାର୍ତୀୟ ଟେଷ୍ଟ କ୍ୟାରିୟର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ପୃଥ୍ବୀ ସା । ଦଳୀୟ ସ୍କୋର ୮୦ ରନ୍ ହୋଇଥିବା ବେଳେ ପୃଥୀ ୫୪ ରନ କରି ଆଉଟହୋଇଛନ୍ତି । ପରେ ଅଧିନାୟକ ବିରାଟ କୋହଲି ୩ରନ୍ ଓ ଆଜିଙ୍କ ରାହାଣେ ୭ରନ୍ କରି ପାଭିଲିୟନ୍ ଫେରିଯଆଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଚେତେଶ୍ବର ପୂଜାର ଓ ହନୁମା ବିହାରୀ କ୍ରିଜରେ ରହିଛନ୍ତି । ଚେତେଶ୍ବର ପୂଜାର ଅର୍ଦ୍ଧଶତକ ହାସଲ କରି ୫୧ରନ୍ କରିଥିବା ବେଲେ ହନୁମା ବିହାରୀ ୨୨ରନ୍ କରି ଅପରାଜିତ ରହିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ଟିମ୍ ସାଉଦୀ ୨ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ଜାମିସନ ୧-୧ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ବେଳେ ୨ୟ ଟେଷ୍ଟ ଭାରତ ପାଇଁ କର ବା ମର ସ୍ଥିତି ପାଲଟିଛି । କାରଣ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟକୁ ୧୦ ୱିକେଟରେ ଜିତି ୧-୦ରେ ଆଗୁଆ ରହିଛି । ୨ୟ ଟେଷ୍ଟ ମ୍ୟାଚ ଜିତି କିମ୍ବା ଡ୍ର ରଖି ସିରିଜ୍ ହାତେଇବାକୁ ଘରୋଇ ଦଳ ପ୍ରୟାସ କରିବ । ଅନ୍ୟପକ୍ଷରେ ସିରିଜ୍ ପରାଜୟରୁ ବଞ୍ଚିବା ଲାଗି ଭାରତ ପାଇଁ ୨ୟ ଟେଷ୍ଟ ମ୍ୟାଚ ଜିତିବା ଜରୁରୀ ।
