oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆଜି ଦ୍ୱିତୀୟ ଟେଷ୍ଟ : ବ୍ୟାଟସମ୍ୟାନଙ୍କୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ, ସିରିଜ୍ ବରାବର କରିବାକୁ ଲକ୍ଷ୍ୟ

13/02/2021 at 8:14 AM

ଚେନ୍ନାଇ, ୧୩/୦୨: ଶନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ସମାନ ଭେନ୍ୟୁ, କିନ୍ତୁ ମୁକାବିଲା ହାଇଭୋଲ୍ଟେଜ । ଘରୋଇ ମାଟିରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁ ଭାରତ ପ୍ରଥମ ଟେଷ୍ଟରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗାବାରେ ଐତିହାସିକ ବିଜୟ ପରେ ଚେନ୍ନାଇ ପରାଜୟକୁ ସହଜରେ ହଜମ କରିପାରିନଥିଲେ ପ୍ରଶଂସକ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ । ତେଣୁ ଦ୍ୱିତୀୟ ଟେଷ୍ଟ ବିରାଟଙ୍କ ସାମ୍ନାରେ ବହୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।

ଯେଉଁ ପିଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ୱିଶତକ ହାସଲ କଲେ ଏବଂ ଭ୍ରମଣକାରୀ ବୋଲର ଘାତକ ସାଜିଲେ ସେହି ପିଚରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ କୋହଲିସେନା ଜୋରଦାର ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ଦଳର ଖେଳାଳିମାନେ ପୂର୍ବ ତ୍ରୁଟି ସୁଧାରିବା ସହ ଦୀର୍ଘ ସମୟ ଧରି ଅଭ୍ୟାସ୍‌ କରିଛନ୍ତି ।

ପ୍ରଥମ ଟେଷ୍ଟ ଜିତି ଭ୍ରମଣକାରୀ ଦଳ ଇଂଲଣ୍ଡର ମନୋବଳ ଦ୍ୱିଗୁଣିତ ରହିଛି । ଦଳ ପୂର୍ବ ପ୍ରଦର୍ଶନ ବଜାୟ ରଖିବା ଲକ୍ଷ୍ୟରେ ଅଛି ।ଯଦି ଭାରତ ଏହି ଟେଷ୍ଟରେ ବିଜୟୀ ହୁଏ ତେବେ ଅଧିନାୟକ ଭାବେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇପାରିବେ । ଘରୋଇ ମାଟିରେ ଧୋନିଙ୍କ ନେତୃତ୍ୱରେ ଭାରତ ୨୧ଟି ମ୍ୟାଚ୍‌ ଜିତିଛି । ଏହି ମ୍ୟାଚରେ ବିଜୟୀ ହେଲେ କୋହଲି ମଧ୍ୟ ସମାନ ରେକର୍ଡର ଅଧିକାରୀ ହେବେ ।

ଭାରତୀୟ ବ୍ୟାଟସମ୍ୟାନଙ୍କ ଫର୍ମକୁ ନେଇ ଚିନ୍ତା-

ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିଲେ । ଏହା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା । ବ୍ୟାଟିଂ ବିଭାଗରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅଧିନାୟକ କୋହଲି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ସେ ବ୍ୟାଟିଂକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସ୍ପିନ୍‌ ମୁକାବିଲା ପାଇଁ ରୋହିତ, ରାହାଣେ ଦୀର୍ଘ ସମୟ ଧରି ସ୍ପିନ୍‌ ବୋଲରଙ୍କ ବିପକ୍ଷରେ ଅଭ୍ୟାସ କରିଥିଲେ । ବ୍ୟାଟିଂ ବିସ୍ମୟ ଋଷଭ ପନ୍ତ ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

   Related Posts