ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ଦମ୍ ଦେଖାଇଲେ ବୋଲର, ନିରାଶ କଲେ ବ୍ୟାଟସମ୍ୟାନ, ସଙ୍କଟରେ ଭାରତ

Published By : Prameya-News7 Bureau | March 01, 2020 IST

ଖ୍ରୀଷ୍ଟଚର୍ଚ୍ଚ ୦୧।୦୩: ବୋଲରଙ୍କ ଦମଦାର ପ୍ରଦର୍ଶନ ସହାୟତାରେ ଘରୋଇ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ୨୩୫ ରନରେ ଅଲଆଉଟ୍ କରିବା ପରେ ପୁଣି ଥରେ ଭାରତୀୟ ବ୍ୟାଟସମ୍ୟାନ ନିରାଶ କରିଛନ୍ତି। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ବିନିମୟରେ ୯୦ ରନ କରିଛି। କ୍ରିଜରେ ହନୁମା ବିହାରୀ(୫) ଓ ଋଷଭ ପନ୍ତ(୧) ଅପରାଜିତ ଅଛନ୍ତି। ହାତରେ ୪ ଓ୍ଵିକେଟ୍ ବାକି ଥାଇ ଭାରତ ଅଦ୍ୟାବଧି ୯୭ ରନରେ ଅଗ୍ରଣୀ ରହିଛି। ଆହୁରି ୩ ଦିନ ଖେଳ ଥିବାରୁ ମ୍ୟାଚର ଫଳାଫଳ ବାହାରିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ମ୍ୟାଚରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରିଥିବା ମନେ ହେଉଛି।

{"id":231082,"sizeSlug":"large"}

ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୨୩୫ ରନରେ ସୀମିତ ରହିବା ପରେ ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଇନିଂସ ପରି ଦଳ ଏଥର ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ୮ ରନ ସ୍କୋରରେ ଭାରତ ମୟଙ୍କ ଅଗ୍ରଓ୍ଵାଲ(୩)ଙ୍କ ଭାବେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ପୃଥ୍ଵୀ ସ(୧୪) ପାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇ ମାତ୍ର ୧୪ ରନ କରି ଆଉଟ୍ ହୋଇଥିଲେ। ଆଜିଙ୍କ୍ୟ ରାହାଣେ ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୯ ରନ କରି ପାଭିଲିୟନ ଫେରିଥିଲେ।

{"id":231083,"sizeSlug":"large"}

କ୍ରିଜରେ ଜମି ଆସୁଥିବା ବେଳେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା(୨୪) ବୋଲ୍ଡଙ୍କ ବଲରେ ବୋଲ୍ଡ ଆଉଟ୍ ହୋଇଥିଲେ। ୮୪ ରନରେ  ଭାରତ ଅଧା ବ୍ୟାଟସମ୍ୟାନ ହରାଇବା ପରେ ନାଇଟ୍ ଓ୍ଵାଚମ୍ୟାନ୍ ଭାବେ କ୍ରିଜକୁ ଆସିଥିବା ଉମେଶ ଯାଦବ(୧) ବୋଲ୍ଟଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୮୯ ରନ କରିଛି। କ୍ରିଜରେ ହନୁମା ବିହାରୀ(୫) ଓ ଋଷଭ ପନ୍ତ(୧) ବ୍ୟାଟିଂ କରୁଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ସଫଳତା ପାଇଥିବା ବେଳେ ଟିମ୍ ସାଉଦି, କୋଲିନ ଡି ଗ୍ରାଣ୍ଡହୋମ ଓ ନିଲ ଓ୍ଵାଗନର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

{"id":230685,"sizeSlug":"large"}

ଏହା ପୂର୍ବରୁ ଆଜି ଘରୋଇ ନ୍ୟୁଜିଲାଣ୍ଡ ୬୩/୦ ଖେଳ ଆରମ୍ଭ କରିଥିଲା। ପ୍ରଥମ ଦିନର ଶେଷ ସେସନରେ ବିଫଳ ହୋଇଥିବା ଭାରତୀୟ ବୋଲର ଦ୍ଵିତୀୟ ଦିନର ପ୍ରାରମ୍ଭରୁ ଶାଣିତ  ବୋଲିଂ କରି  ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୩୦ ରନ କରିଥିବା ଟମ ବ୍ଲୁନଡେଲଙ୍କୁ ଆଉଟ୍ କରି ଉମେଶ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୬୯ ରନ ସ୍କୋରରେ ଅଧିନାୟକ କେନ ଓ୍ଵିଲିୟମସନ(୩)ଙ୍କୁ ଆଉଟ୍ କରି ବୁମରା ଘରୋଇ ଦଳକୁ ବଡ ଝଟକା ଦେଇଥିଲେ। ରସ ଟେଲର(୧୫) ରବିନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ।

{"id":231084,"sizeSlug":"large"}

କ୍ରିଜରେ ଜମି ରହିଥିବା ଟମ୍ ଲାଥମ ମହମ୍ମଦ ସାମିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ସେ ୫୨ ରନ କରି ଟେଷ୍ଟ କ୍ୟାରିୟରରେ ୧୭ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଟମ୍ ଲାଥମଙ୍କ ପରେ ହେନରି ନିକୋଲାସ(୧୪) ପାଭିଲିୟନ ଫେରିଥିଲେ। କୋଲିନ ଡି ଗ୍ରାଣ୍ଡହୋମ(୨୬) ଜାଡେଜାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୧୭୭ ରନରେ ୮ ଓ୍ଵିକେଟ୍ ହରାଇବା ପରେ ନ୍ୟୁଜିଲାଣ୍ଡ ୨୦୦ ଭିତରେ ସୀମିତ ରହିବା ପରି ଲାଗୁଥିଲା। ମାତ୍ର କାଇଲ ଜେମିସନ ଓ ନିଲ ଓ୍ଵାଗନର ଭାରତୀୟ ବୋଲରଙ୍କ ମୁକାବିଲା କରି ନବମ ଓ୍ଵିକେଟ୍ ପାଇଁ ବହୁମୂଲ୍ୟ ୫୧ ରନ ଯୋଡିଥିଲେ। ୨୧ ରନର ବ୍ୟକ୍ତିଗତ ସ୍କୋରରେ ଓ୍ଵାଗନ ସାମିଙ୍କ ଶିକାର ହୋଇଥିଲେ। ୬୩ ବଲରୁ ୭ ଚୌକା ସହାୟତାରେ ୪୯ ରନ କରିଥିବା କାଇଲ ଜେମିସନଙ୍କୁ ଆଉଟ୍ କରି ସାମି ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସକୁ ୨୩୫ରେ ସୀମିତ ରଖିଥିଲେ।

{"id":231002,"sizeSlug":"large"}

ଭାରତ ପକ୍ଷରୁ ମହମ୍ମଦ ସାମି ୮୧ ରନ ଦେଇ ୪ ସଫଳତା ପାଇଥିଲେ। ଏହି ପରି ଯଶପ୍ରୀତ ବୁମରା ୩, ରବିନ୍ଦ୍ର ଜାଡେଜା ୨ ଓ ଉମେଶ ଯାଦବ ୧ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.