ନାଗପୁର ୨୩।୦୯ : ଶୁକ୍ରବାର ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-ଟ୍ବେଣ୍ଟି ଖେଳାଯିବ। ଘରୋଇ ପିଚରେ ପ୍ରଥମ ଟି-ଟ୍ବେଣ୍ଟି ହାରିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ବେଶ୍ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ। ସଂଧ୍ୟା ୭ଟା ସମୟରେ ଖେଳାଯିବ ଏହି ମ୍ୟାଚ୍ । ଏବେ ସୁଦ୍ଧା ୩ଟିକିଆ ସିରିଜ୍ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।
{"id":687377,"sizeSlug":"full","linkDestination":"none"}ଖବର ଅନୁଯାୟୀ, ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ଯଦିଓ ୨୦୦ରୁ ଅଧିକ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।କିନ୍ତୁ ବୋଲିଂ ଦୁର୍ବଳ ପାଇଁ ଟିମ୍ ଇଣ୍ଡିଆ ହାରିଯାଇଥିଲେ ମ୍ୟାଚ୍ । ଯାହାକୁ ନେଇ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭୁବନେଶ୍ବର କୁମାର ପୁଣି ଥରେ ଡେଥ୍ ଓଭରରେ ସଂଘର୍ଷ କରିଥିଲା ବେଳେ ହର୍ଷଲ ପଟେଲ ୱିକେଟ୍ ବାହାର କରିବାରେ ବିଫଳ ହୋଇଥିଲେ। କେବଳ ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ଓଭର ପିଛା ୧୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ।
{"id":687378,"sizeSlug":"full","linkDestination":"none"}ତେବେ ଯଶପ୍ରୀତ୍ ବୁମରା ଦ୍ବିତୀୟ ମ୍ୟାଚ୍ ରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବୁମରା ଶେଷ ଥର ପାଇଁ ବ୍ଲୁ ଜର୍ସି ପରିଧାନ କରିଥିଲେ। ହେଲେ ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା। ନାଗପୁରରେ ବୁଧବାର ରାତିରୁ ବର୍ଷା ହେଉଥିବାରୁ ଏହି ମ୍ୟାଚକୁ ନେଇ ଆଶଙ୍କା ରହିଛି। ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନାହାନ୍ତି।
ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ/ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା/ଉମେଶ ଯାଦବ, ୟୁଝବେନ୍ଦ୍ର ଚହଲ/ଆର ଅଶ୍ୱିନ ।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ), କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ନାଥାନ ଏଲିସ୍, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।