Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବଡ଼ମ୍ୱା ବନାଞ୍ଚଳରେ ଏସଟିଏଫର ଦ୍ୱିତୀୟ ଚଢ଼ଉ; ପୁଣିଥରେ ଜବତ ହେଲା ଆଉ ଏକ ହାତୀର କଙ୍କାଳ

3/06/2022 at 7:17 PM

ଆଠଗଡ଼ ୦୩/୦୬ : ବଡ଼ମ୍ୱା ବନାଞ୍ଚଳରେ ପୁଣି ଥରେ ଏସଟିଏଫ ଦ୍ୱିତୀୟ ଥର ପାଇଁ ଚଢ଼ଉ କରିଛି। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ବିଟ୍ ଅନ୍ତର୍ଗତ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଆଜି ପୁଣି ଏକ ମୃତ ହାତୀର ଗଳିତ କଙ୍କାଳ ଏସଟିଏଫ ଉଦ୍ଧାର କରିଛି । ଗତକାଲି ମଧ୍ୟ STF ର ଏକ ସ୍ଵତନ୍ତ୍ର ଟିମ୍ ସମାନ ଢଙ୍ଗରେ ଏକ ମୃତ ହାତୀର କଙ୍କାଳ ଉଦ୍ଧାର କରିଥିଲା ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫର ୮ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲା। ଶିକାରୀ ମରିଥିବା ୨ ଟି ଯାକ ହାତୀକୁ ମାରିଦେଇ ଥିବା ସନ୍ଦେହ କରାଯାଉଛି।

ଗତକାଲିହିଁ STF  ଟିମ ୨ ଟି ସ୍ଥାନକୁ ଠାବ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ  ଏସଟିଏଫ  ଏସପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍‌ ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ପାଖରେ ପହଞ୍ଚି ଥିଲେ।ଏହା ପରେ ଅସଲ ଖୋଳତାଡ଼ ହୋଇଥିଲା। ଗତକାଲି ଏକ ହାତୀର ଅସ୍ଥି କଙ୍କାଳ ଜବତ ହୋଇଥିବା ବେଳେ ଆଜି ମଧ୍ୟ ସମ୍ମାନ ଢଙ୍ଗରେ ଜେସିବି ଦ୍ବାରା ଖୋଳା ଯାଇଥିବା ନିର୍ଦ୍ଧାରିତ ସ୍ଥାନକୁ ଆଉ ସଫଳତା ମଧ୍ୟ ମିଳିଥିଲା। ଯାହା ଫଳରେ ଆଉ ଏକ ହାତୀର କଙ୍କାଳ ଜବତ କରିଥିଲା  ଏସଟିଏପର ସ୍ଵତନ୍ତ୍ର ଟିମ୍। ବଡ଼ମ୍ବା ବନ ବିଭାଗ ପକ୍ଷରୁ ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଏବଂ ବଡ଼ମ୍ବା ପ୍ରାଣୀ ଚିକିତ୍ସକ ମଧୁସୂଦନ ଦାସ, ବଡମ୍ବା ତହସିଲର କନିଷ୍ଠ ରାଜସ୍ୱ ସହାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ହାତୀର କଙ୍କାଳ ଠାବ କରାଯାଇଥିଲା ।

   Related Posts