T-20 World Cup : କିଏ ଯିବ ଫାଇନାଲ ? ୨ୟ ସେମିରେ ଭାରତ-ଇଂଲଣ୍ଡ ଟକ୍କର

Published By : Prameya-News7 Bureau | November 10, 2022 IST

ଆଡିଲେଡ୍ ୧୦।୧୧ : ଫାଇନାଲ୍‌ ଟିକେଟ୍‌ ପାଇଁ ଆଜି ଆଉ ଏକ ଲଢେଇ । ଟି-ଟ୍ବେଣ୍ଟିଂ ବିଶ୍ବକପରେ ଗୁରୁବାର ଖେଳାଯିବ ଦ୍ବିତୀୟ ସେମିଫାଇନାଲ୍ । ଭାରତ-ଇଂଲଣ୍ଡ ହେବେ ମୁହାଁମୁହିଁ । ଉଭୟ ଦଳ ବିଶ୍ବକପ୍ ର ଏହି ନକଆଉଟ୍ ମୁକାବିଲାରେ ପ୍ରଥମ ଥର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଯିଏ ଯିତିବ ସେ ପାକିସ୍ତାନ ସହ ଟ୍ରଫି ପାଇଁ କରିବ ଲଢ଼େଇ ।

ଆଡିଡେଲ୍ ରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମଧ୍ୟ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଡିଲେଡରେ ଯଦିଓ ପୂର୍ବରୁ ସାମାନ୍ୟ ବର୍ଷା ହେଉଥିଲା, କିନ୍ତୁ ଗତ କିଛି ଦିନ ହେବ ଆକାଶ ସଫା ରହିଛି। ମ୍ୟାଚ୍ ଦିନ ବି ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଡିଲେଡ୍ ରେ ଭାରତ ବାଂଲାଦେଶ ବିପକ୍ଷରେ ସୁପର ୧୨ରେ ଏକ ମ୍ୟାଚ୍ ଖେଳିସାରିଛି। ତେଣୁ ଭାରତକୁ ସ୍ଥିତି ସହିତ ଖାପ୍ ଖୁଆଇବାରେ କୌଣସି ଅସୁବିଧା ହେବନି। ଇଂଲଣ୍ଡ କିନ୍ତୁ ପ୍ରଥମ ଥର ଏହି ପଡ଼ିଆରେ ଖେଳିବ। ଏହି ପଡ଼ିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ବିଜୟ ପରାଜୟ ରେକର୍ଡ ୪-୨ ରହିଛି ଏବଂ ହାରାହାରି ପ୍ରଥମ ପାଳି ସ୍କୋର ୧୫୭ ରନ୍ ରହିଛି।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଯେଉଁଭଳି ଏହି ବିଶ୍ବକପ୍ ରେ ପ୍ରଦର୍ଶନ ଜାରି ରଖିଛି ଭାରତକୁ ଅଟକାଇବାକୁ ଇଂଲଣ୍ଡ ପାଇଁ ବେଶ କାଠିକର ହେବ । ରାହୁଲ ଫର୍ମକୁ ଫେରିଥିବା ବେଳେ ବିରାଟ କୋହଲି ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିଭଳି ସୂର୍ଯ୍ୟ କୁମାର ଯାଦବଙ୍କୁ ଅଟକାଇବାକୁ ଇଂଲଣ୍ଡ ବେଶ ଝାଳ ବୁହାଇବ। ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ବେଶ ଭଲ। ସୂର୍ଯ୍ୟକୁମାର ତାଙ୍କର ଏକମାତ୍ର ଟି-ଟ୍ବେଣ୍ଟି ସେଞ୍ଚୁରୀ ଇଂଲଣ୍ଡ ବିପକ୍ଷରେ ମାରିଛନ୍ତି। ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ଓ ପାଣ୍ଡ୍ୟାଙ୍କ ପେସ୍ ବୋଲିଂ ଇଂଲଣ୍ଡ ଉପରେ ପ୍ରଭାବ ପକାଇବାକୁ ଯଥେଷ୍ଟ । ଅକ୍ଷର ପଟେଲ୍ ଓ ଅଶ୍ବିନୀ ସ୍ପିନ୍ ଜାଦୁ ଯଦି କାମ କଲା ତେବେ ଇଂଲଣ୍ଡ ଘାଇଲା ହେବା ନିଶ୍ଚିତ। ତେବେ ଆଜି ପନ୍ତ ନା କାର୍ତ୍ତିକ କାହାକୁ ମିଳିବ ଚାନସ୍ ତାକୁ ଅପେକ୍ଷା କରାଯାଇଛି।

ସେହିପରି  ଇଂଲଣ୍ଡ ବି କିଛି କମ୍ ନୁହେଁ । ଜୋସ୍ ବଟଲରଙ୍କ ଦଳରେ ଅଛନ୍ତି ଅନେକ ଧୁରନ୍ଧର । ନିଜେ ବଟଲର, ଆଲେକ୍ସ ହେଲ୍ସ, ହାରି ବ୍ରୁକ୍ , ଡେଭିଡ୍ ମଲାନ୍ଙ୍କ ଭଳି ଆଟାକିଂ ବ୍ୟାଟସମ୍ୟାନ୍ ଥିବା ବେଳେ ସାମ୍ କୁରାନ୍, ମୋଇନ୍ ଅଲ୍ଲି, ଲିଆମ୍ ଲିଭିଂ ଷ୍ଟୋନ୍, ବେନ ଷ୍ଟୋକ୍ସ, କ୍ରିସ ଓକ୍ସଙ୍କ ଭଳି ବିଶ୍ବସ୍ତରୀୟ ଅଲରାଉଣ୍ଡରଙ୍କୁ ନେଇ ଦଳ ବେଶ ଶକ୍ତିଶାଳୀ । ସେହିଭଳି କ୍ରିସ୍ ଜୋର୍ଡାନ୍, ନିଲସ୍ ଙ୍କ ଭଳି ବୋଲର ଭାରତ ଉପରେ ପ୍ରଭାବ ପକାଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.