ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ ଖେଳିଯିବ ଦ୍ୱିତୀୟ କ୍ୱାଲିଫାୟାର

Published By : Prameya-News7 Bureau | May 25, 2018 IST

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ ଖେଳିଯିବ ଦ୍ୱିତୀୟ କ୍ୱାଲିଫାୟାର । ଐତିହାସିକ ଇଡେନ୍ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ସେଥିପାଇଁ ଦୁଇ ଦଳ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଫାଇନାଲ୍ ଟିକେଟ ପାଇଁ ଉଭୟଙ୍କ ମଧ୍ୟରେ ହେବ କାଣ୍ଟେକା ଟକ୍କର । ଆଜିର ମ୍ୟାଚ ଯିଏ ଜିତିବ ସେ ଚେନ୍ନାଇ ସାଙ୍ଗରେ ଖେଳିବ ଫାଇନାଲ ମ୍ୟାଚ । ସେଥିପାଇଁ ଉଭୟ ଦଳ ଚୋରଦାର ଅଭ୍ୟାସ ଚଳାଇଛନ୍ତି । ତେବେ ଆଜିର ମ୍ୟାଚ କିଏ ଜିତୁଛି ତା ଉପରେ ରହିଛି ସମସ୍ତଙ୍କର ନଜର । ଏପଟେ ଦୁଇ ଥର ବିଜେତା କୋଲ୍ କାତା ନାଇଟ୍ ରାଇଡର୍ସର ମନବଳ ଦୃଢ ଥିବା ବେଳେ ସନ୍ ରାଇଜର୍ସ ନିକଟରେ କରିଥିବା ଦୁର୍ବଳ ପ୍ରଦର୍ଶନରୁ ଲାଭ ଉଠାଇବାକୁ କେକେଆର୍ ଚେଷ୍ଟା କରିବ। । ଲଗାତାର ଚାରିଟି ବିଜୟ ହାସଲ କରିବା ପରେ କେକେଆର୍ ର ଆତ୍ମବିଶ୍ୱାସ ଏବେ ଢେର ଉଚ୍ଚରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.