ଅଗଷ୍ଟର ପ୍ରସ୍ତାବିତ UGC-NET ପରୀକ୍ଷା ସ୍ଥଗିତ, ଜାଣନ୍ତୁ କେବେ ହେବ...

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ: ଅଗଷ୍ଟ ୧୨, ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏନ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦ୍ୱିତୀୟ ଫେଜର ୟୁଜିସି ନେଟ ପରୀକ୍ଷା ୨୦୨୨ ଏବେ ସେପ୍ଟେମ୍ୱର ୨୦ରୁ ୩୦ ଯାଏଁ ଆୟୋଜିତ ହେବ । ପରୀକ୍ଷାର ନୂଆ ସୂଚୀ ଏବଂ ଆଡମିଡ୍ କାର୍ଡ ସମ୍ପର୍କରେ ଖୁବଶୀଘ୍ର ୟୁଜିସିର ୱେବସାଇଟ୍  ugcnet.nta.nic.in ଉପଲବ୍ଧ କରାଯିବ।

ୟୁଜିସି ଅଧ୍ୟକ୍ଷ କହିଛନ୍ତି, ସେପ୍ଟେମ୍ୱର ୨୦ରୁ ୩୦ ମଧ୍ୟରେ ୬୪ ବିଷୟ ଉପରେ ପରୀକ୍ଷା ଆୟୋଜନ କରାଯିବ । ତେବେ ସେପ୍ଟେମ୍ୱର ୧୧ରେ ପରୀକ୍ଷାର୍ଥୀ ପରୀକ୍ଷା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ । ପରୀକ୍ଷା ପାଇଁ ସେପ୍ଟେମ୍ୱର ୧୬ରେ ଆଡମିଡ୍ କାର୍ଡ ଜାରି କରାଯିବ।

wp:html /wp:html

ୟୁଜିସି ନେଟର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୯,୧୧,୧୨ରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ୩୩ଟି ବିଷୟରେ ଆୟୋଜିତ ହୋଇଥିଲା । ବଳକା ବିଷୟ ଗୁଡିକ ଅଗଷ୍ଟ ୧୨, ୧୩ ଏବଂ ୧୪ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ସେପ୍ଟେମ୍ୱର ୨୦ରେ ହେବ । ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ସ୍ତରର ଏହି ପରୀକ୍ଷା ପାଇଁ ୨୦୨୧ରେ ପ୍ରାୟ ୧୩ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.