ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଆଦାନୀ-ଇଡି ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ

13/03/2023 at 8:07 AM

ନୂଆଦିଲ୍ଲୀ, ୧୩/୦୩: ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ୧୭ ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୩୫ ଟି ବିଲ୍ ଆଣିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟ ଭଳି ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ହେବା ସମ୍ଭାବନା ରହିଛି । ଏହା ପୂର୍ବରୁ ସଂସଦକୁ ସୁଚାରୁ ରୂପେ ଚଳେଇବା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ବିଭିନ୍ନ ଦଳର ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ସେପଟେ ଗୃହକୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ସବୁଦଳର ସହଯୋଗ ଲୋଡ଼ିଛନ୍ତି ଧନକଡ଼।

ଅପରପକ୍ଷରେ ବିରୋଧୀ ଦଳ ମଧ୍ୟ ଗୃହର ଅଧ୍ୟକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛନ୍ତି। ଅଧିବେଶନରେ କେଉଁ ପ୍ରସଙ୍ଗ ଉତଥାପନ କରିବେ ସେ ସଂପର୍କରେ ଆଲୋଚନା କରିବେ। କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଅପବ୍ୟବହାର ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି।

ଏହି ପ୍ରସଙ୍ଗ ପାର୍ଲାମେଣ୍ଟରେ ପୁଣି ଉଠିପାରେ। ବଜେଟ ଅଧିବେଶନର ମଧ୍ୟାନ୍ତର ସମୟରେ ଆମ ଆଦମି ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଇଡି ଗିରଫ କରିଥିବା ବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି, ବିଆରଏସ ନେତା କେ କବିତାଙ୍କୁ ମଧ୍ୟ ଜେରା କରିଛି। ତେଣୁ ବିରୋଧୀଦଳଗୁଡ଼ିକ ମିଳିତ ଭାବେ ଏହି ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି। ସେହିପରି ରାହୁଲ ଗାନ୍ଧି ବିଦେଶରେ ଦେଇଥିବା ବକ୍ତବ୍ୟକୁ ମଧ୍ୟ ସରକାରୀ ପକ୍ଷ ପ୍ରସଙ୍ଗ କରିପାରନ୍ତି।

   Related Posts