ସୁନୟନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦ୍ବିତୀୟ ପଦ୍ମାବତୀ ଉତ୍ସବ ପାଳିତ

Published By : Prameya-News7 Bureau | November 14, 2023 IST

ଭୁବନେଶ୍ବର ୧୪।୧୧: ଓଡ଼ିଶୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ସୁନୟନା ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଦ୍ବିତୀୟ ପଦ୍ମାବତୀ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ମୁଖ୍ୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଏମ୍. ଜି.ଏମ୍ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ଼ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ମହାନ୍ତି ଓ ବିଜୟ କୁମାର ଜେନା, ପ୍ରିନ୍ସିପାଲ ଅତିଥି ଭାବେ ଯୋଗଦେଇ ସୁନୟନା ଚାରିଟେବୁଲ ଟ୍ରଷ୍ଟର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡଃ. ଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦ୍ବିତୀୟ ପଦ୍ମାବତୀ ସମ୍ମାନରେ ସମ୍ମାନୀତ କରାଯିବା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।

ପ୍ରତିଭାବାନ ସୁନୟନା ଚାରିଟେବୁଲ ଟ୍ରଷ୍ଟର ଓଡ଼ିଶୀ ନୃତ୍ୟଶିଳ୍ପୀ କଳାକାରଙ୍କ ଦ୍ବାରା ବୃନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ବିଶିଷ୍ଟ ଓଡ଼ିଶା ନୃତ୍ୟାଙ୍ଗନା ଲୀନା ନନ୍ଦ ଏକକ ଅଭିନୟ ପରିବେଷଣ କରିଥିଲେ । ତାପରେ କଲିକତାରୁ ଭାରତନାଟ୍ୟମ୍ ଆଫ୍ରିଜା ବିଶ୍ବାସ, କଥକ - ଶୈବାଳୀ ରାଉତ, ଅଭିପସା ପତି ଓଡ଼ିଶୀ, ଗୀତଗୋବିନ୍ଦ ଅନୁଷ୍ଠାନରୁ ଯୁଗଳବନ୍ଦୀ – ଅନିସା ଅନୁକମ୍ପା ଓ ପ୍ରାଚୀ ମିଶ୍ରଙ୍କ ଦ୍ବାରା ପରିବେଷଣ ହୋଇଥିଲା । ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଗୁରୁ ସାଗରିକା ପରିଡ଼ାଙ୍କର ତତ୍ବାବଧାନରେ ଏକ ବୃନ୍ଦ ନୃତ୍ୟ ପରିବେଷଣ ହୋଇଥିଲା । ନୃତ୍ୟଶାଳାର କଳାକାରମାନେ ନୃତ୍ୟନାଟିକା ପରିବେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ନୃତ୍ୟପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାର ପୁରସ୍କାର ବିତରଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ନିର୍ଦ୍ଦେଶିକା ଗୁରୁ ସାଗରିକା ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବା ବେଳେ ବିଶ୍ବଜିତ୍ ବଳିଆରସିଂ ଏହାର ସଂଯୋଜନା କରିଥିଲେ ।

You Can Read :

wp:embed {"url":"https://www.prameyanews7.com/seven-ill-after-consume-gupchup-in-rourkela/","type":"wp-embed","providerNameSlug":"prameya-news-7"}
https://www.prameyanews7.com/seven-ill-after-consume-gupchup-in-rourkela/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.