oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଇସ୍ରାଏଲ ଫାଇଟରଙ୍କୁ ସାମ୍ନା କରିବା ପୂର୍ବରୁ ଅଲିମ୍ପିକରୁ ଓହରିଗଲେ ଜୁଡୋ ଷ୍ଟାର, ଜାଣନ୍ତୁ କ’ଣ ରହିଛି କାରଣ

27/07/2021 at 3:21 PM

ଟୋକିଓ ୨୭/୦୭ : ଟୋକିଓ ଅଲିମ୍ପିକ ୨୦୨୦ ଅଧାରୁ ଓହରି ଯାଇଛନ୍ତି ଆଉ ଜଣେ ଖେଳାଳି । ଇସ୍ରାଏଲର ଜୁଡୋ ଆଥ୍‌ଲେଟଙ୍କୁ ସାମ୍ନା କରିବା ପୂର୍ବରୁ ସୁଦାନର ମହମ୍ମଦ ଅବଦାଲରସୁଲ, ଟୋକିଓ ଅଲିମ୍ପିକ ୨୦୨୦ ଅଧାରୁ ଓହରି ଯିବା ନେଇ ସୂଚନା ଦେଇଛନ୍ତି । ଏହି କ୍ରମରେ ଦ୍ବିତୀୟ ଅଲିମ୍ପିକ ଜୁଡୋ ଆଥ୍‌ଲେଟ ଭାବେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।  ତାଙ୍କ ପୂର୍ବରୁ ଗତ ସପ୍ତାହରେ ଆଲଜେରିଆର ଫେଥି ନୌରିନ ପୁରୁଷ ୭୩ କେଜି ବର୍ଗରେ ଇସ୍ରାଏଲ ଆଥ୍‌ଲେଟ ତୋହାର ବୁଟବୁଲ୍‌ଙ୍କୁ ସାମ୍ନା କରିବା ପୂର୍ବରୁ ହିଁ ଅଲିମ୍ପିକରୁ ଓହରି ଯାଇଥିଲେ ।

Mohamed Abdalrasool has dropped out of the of the Tokyo games

ଇସ୍ରାଏଲ ଜୁଡୋ ଖେଳାଳି ତୋହାର ବୁଟବୁଲ୍‌ଙ୍କ ବିପକ୍ଷରେ ଖେଳିବାକୁ ଅମଙ୍ଗ ଏହି ୨ ଦେଶର ଖେଳାଳି । ସେଥିପାଇଁ ଗତ ସପ୍ତାହରେ ଆଲଜେରିଆ ଆଥ୍‌ଲେଟ୍‌ ଏବଂ ଏବେ ସୁଦାନର ମହମ୍ମଦ ଅବଦାଲରସୁଦ ଟୋକିଓ ଅଲିମ୍ପିକ ୨୦୨୦ରୁ ଓହରି ଯାଇଛନ୍ତି । ସପ୍ତାହକ ମଧ୍ୟରେ ଦୁଇ ଦୁଇ ଜଣ ଖେଳାଳି ଅଲିମ୍ପିକରୁ ଓହରିବା ଚିନ୍ତାର ବିଷୟ ପାଲଟିଛି । ଏହାର ମୁଖ୍ୟ କାରଣ ହେଉଛି ଇସ୍ରାଏଲ ବିରୁଦ୍ଧରେ ଜାରି ରହିଥିବା ଯୁଦ୍ଧ । ଗତ କିଛି ଦିନ ହେଲା ଇସ୍ରାଏଲ, ଆଲଜେରିଆ ଏବଂ ସୁଦାନ ମଧ୍ୟରେ ପ୍ରବଳ ବିବାଦ ଲାଗି ରହିଛି । ସେହି ଦେଶ ଗୁଡିକ ମଧ୍ୟରେ ଘନଘନ ମିସାଇଲ ଆକ୍ରମଣ ମଧ୍ୟ ହେଉଛି ।

ଫଥେ ନୌରିନ୍‌ ପାଲେଷ୍ଟାଇନ୍‌ ବିରୁଦ୍ଧରେ ଇସ୍ରାଏଲର ବ୍ୟବହାରକୁ ନେଇ ବିରୋଧ କରିଆସୁଛନ୍ତି । ଗତ କିଛି ମାସ ଧରି ଏହି ୨ ଦେଶ ସହିତ ଇସ୍ରାଏଲ କଡା ଆଭିମୁଖ୍ୟ ଗ୍ରହଣ କରୁଛି । ଯାହାର ପ୍ରଭାବ ଏବେ ଟୋକିଓ ଅଲିମ୍ପିକ ଉପ​‌ରେ ମଧ୍ୟ ପଡିଛି । ଇସ୍ରାଏଲ ଆଥ୍‌ଲେଟଙ୍କ ସହିତ ପ୍ରତିଦ୍ବନ୍ଦିତା କରିବା ପୂର୍ବରୁ ହିଁ ସୁଦାନ ଏବଂ ଆଲଜେରିଆ ଜୁଡୋ ଆଥ୍‌ଲେଟ ଟୋକିଓ ଅଲିମ୍ପିକ ୨୦୨୦ର ଅଧାରୁ ଓହରି ଯାଇଛନ୍ତି ।

Israel's Tohar Butbul reacts during the men's under 73 kg weight category final match at the Tel Aviv Grand Prix 2019

ଆଲଜେରିଆ ଆଥ୍‌ଲେଟ ଫଥେ ନୌରିନ୍‌ ଅଲିମ୍ପିକରୁ  ଓହରି ଯିବା ପ​‌ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୁଁ ଅଲିମ୍ପିକ ପାଇଁ କଠିନ ପରିଶ୍ରମ କରିଥିଲି । କିନ୍ତୁ ପାଲେଷ୍ଟାଇନ ସୁରକ୍ଷା ଅଲିମ୍ପିକ ଠାରୁ ମଧ୍ୟ ଉର୍ଦ୍ଦ୍ବରେ । ଏଥିପାଇଁ ମୁଁ ଅଲିମ୍ପିକରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛି ।’

   Related Posts