scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ୟ ଦିନିକିଆରେ ୨୦୦ ରନରେ ହାରିଲା ୱେଷ୍ଟଇଣ୍ଡିଜ୍, ୨-୧ରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

2/08/2023 at 7:50 AM

ମୁମ୍ବାଇ ୦୨।୦୮ : ସିରିଜ୍‌ କବ୍‌ଜା କଲା ୟଙ୍ଗ ବ୍ରିଗେଡ୍‌ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆକୁ ୨୦୦ ରନରେ ଜିତିଛି ଭାରତ । ୩୫୧ ରନ୍ ଟାର୍ଗେଟକୁ ପିଛା କରି ୧୫୧ ରନରେ ଅଲ୍ ଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । ୨-୧ରେ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ୨୦୦ ରନରେ ପରାସ୍ତ ହୋଇଛି ଘରୋଇ ଟିମ୍‌ । ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୦୦ ରନ୍ ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ଜିତିଛି।

ଶେଷ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ଓପନର ଶୁଭମନ ଗିଲ୍ ଓ ଈଶାନ କିଶନ ଜବରଦସ୍ତ ବ୍ୟାଟିଂ କରିଥିଲେ । ଉଭୟ ଶତକୀୟ ଭାଗୀଦାରି କରିଥିଲେ। ଆଉ ମଝିରେ ସଞ୍ଜୁ ସାମ୍‌ସମ୍‌ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସଂଜୁ ସାମସନ୍ ପ୍ରଥମ ୪ ବଲ୍ ଭିତରେ ୨ ଛକା ମାରି ଧମାକାଦାର ଆରମ୍ଭ କରିଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୫୨ ବଲରୁ ୭୦ ରନ୍ ସଂଗ୍ରହ କରିଥିଲେ ।  ଭାରତ ୫ ୱିକେଟ ହରାଇ ୩୫୧ ରନର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା।  ତେବେ ଗିଲ୍ –ଈଶାନ ପ୍ରଥମ ଓ୍ୱିକେଟ୍‌ରେ ୧୪୩ ରନର ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ୱେଷ୍ଟଇଣ୍ଡିଜ୍ ରେ ଭାରତ ପାଇଁ ପ୍ରଥମ ୱିକେଟ୍ ରେ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ପ୍ରତିଷ୍ଠା କରିଥିଲା।

ତେବେ ଓ୍ୱଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୩୫୧ ରନ୍‌ର ଟାର୍ଗେଟ ରଖିଥିଲା ଭାରତ । ହେଲେ ପ୍ରଥମରୁ ହିଁ ୱେଷ୍ଟ୍ ଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୩୫୧ ରନ୍ ଟାର୍ଗେଟକୁ ପିଛା କରି ମାତ୍ର ୧୫୧ ରନରେ ଅଲଆଉଟ୍ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ଯାହାଫଳରେ ଭାରତ ୨୦୦ ରନ୍‌ରେ ଶେଷ ଦିନିକିଆ ବିଜୟୀ ହୋଇଛି । ଆଉ ସିରିଜ୍‌କୁ ୨-୧ରେ ନିଜ ନାଁରେ କରିଛି । ଇଷାନ୍‌ କିଷାନଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ର ପୁରସ୍କାର ମିଳିଥିବା ବେଳେ ଶୁଭମନ୍‌ ଗିଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ର ପୁରସ୍କାର ମିଳିଛି । ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜରେ ଦିନିକିଆ ଶୃଙ୍ଖଳା ଜିତିଛି।

   Related Posts