ରାମ ମନ୍ଦିର ଟ୍ରଷ୍ଟର ଦ୍ବିତୀୟ ବୈଠକ, ଭୂମିପୂଜନ ନେଇ ହେବ ତାରିଖ ଘୋଷଣା !
29/02/2020 at 9:15 AM

ଅଯୋଧ୍ୟା ୨୯।୦୨: ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋର ଧରିବାର ଲାଗିଛି । ଶନିବାର ଦିନ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ବସିବାକୁ ଯାଉଛି। ବୈଠକରେ ଯୋଗଦେବା ପାଇଁ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଶନିବାର ଦିନ ଅଯୋଧ୍ୟା ଗସ୍ତ କରିଛନ୍ତି । ଗସ୍ତ ଅବସରରେ ନୃପେନ୍ଦ୍ର ମିଶ୍ର ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବେ । ଏହା ସହିତ ରାମ ଜନ୍ମଭୂମି ପରିସର ମାଇନା ମଧ୍ୟ କରିବେ । ସୁପ୍ରିମକୋର୍ଟଙ୍କ ଆଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଏଥିରେ ମନ୍ଦିର ନିର୍ମାଣ ଆରମ୍ଭ କରିବା ମୂହୁର୍ତ୍ତ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ରାମ ମନ୍ଦିର ଟ୍ରଷ୍ଟ ଗଠନ ହେବା ପରେ ନୃପେନ୍ଦ୍ର ମିଶ୍ରଙ୍କ ଏହା ପ୍ରଥମ ଅଯୋଧ୍ୟା ଗସ୍ତ । ବୈଠକରେ ଯୋଗଦେବା ପାଇଁ ଟ୍ରଷ୍ଟର ଅନ୍ୟ ସଦସ୍ୟ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି । ବୈଠକରେ ମନ୍ଦିର ନିର୍ମାଣ ପାଇଁ ତାରିଖ ଧାର୍ଯ୍ୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଥିବା ବେଳେ ରାମଲଲାଙ୍କୁ ଅସ୍ଥାୟୀ ଭବନରେ କିପରି ସ୍ଥାପନ କରାଯିବା ସେନେଇ ମଧ୍ୟ ଆଲୋଚନା ହେବାର ସୂଚନା ମିଳିଛି । ମନ୍ଦିରର ଭୂମିପୂଜନ ନେଇ ତାରିଖ ଉପରେ ମଧ୍ୟ ଆଲେଚନା କରାଯିବାର ସମ୍ଭାବନା ରହିଛି । ବୈଠକରେ ରାମ ମନ୍ଦିର ତିର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ ।
ରାମ ମନ୍ଦିର ସହିତ ଯୋଡି ରହିଥିବା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସମୀକ୍ଷା କରିବେ ନୃପେନ୍ଦ୍ର ମିଶ୍ର । ଅଯୋଧ୍ୟାରେ ଶ୍ରୀରମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ଏହା ୨ୟ ବୈଠକ ।