ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦, ‘କର ବା ମର’ ସ୍ଥିତିରେ ଭ୍ରମଣକାରୀ ଟିମ୍‌

2/10/2022 at 9:04 AM

ଗୌହାଟି ୦୨।୧୦: ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ । ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ଅଛି ଭାରତୀୟ ଟିମ୍‌ । ଏହିକ୍ରମରେ ରବିବାର ଖେଳାଯିବାକୁ ଥିବା ୨ୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । କିନ୍ତୁ ସେପଟେ ମଧ୍ୟ ଭ୍ରମଣକାରୀ ଦଳ କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତ ।

ତେବେ ରବିବାରର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ଯଦି ଭ୍ରମଣକାରୀ ଦଳ ଆଜିର ମ୍ୟାଚ୍‌ ହାରିଯାଏ, ତେବେ ସିରିଜ୍‌କୁ ବି ହାତଛଡ଼ା କରିଦେବ । କିନ୍ତୁ ରୋହିତ ବାହିନୀ ପାଇଁ ଏକ ସୂର୍ବଣ୍ଣ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍‌ ୨ୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା କରୁଛି । ତେବେ ଭାରତୀୟ ଟିମ୍‌ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ସିରିଜ୍‌ ବିଜୟୀ ହେବ ।

ସେପଟେ ପ୍ରଥମ ମ୍ୟାଚ୍‌ ପରେ ୨ୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନର ସମ୍ଭାବନା କମ୍‌ ରହିଛି । ପ୍ରଥମ ମ୍ୟାଚ୍‌ରେ ଯୁବ ବୋଲର ଅର୍ଶଦୀପ ସିଂହ ଓ ଦୀପକ ଚହର ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ଅଭିଜ୍ଞ ଯଶପ୍ରିତ୍‌ ବୁମ୍‌ରାହଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ଦେଇନଥିଲେ । ଓପନର ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାରି ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ମୁଖ୍ୟ ଆକର୍ଷଣ ରହିଥିଲେ । ଆଗକୁ ବିଶ୍ୱକପ୍‌ ଥିବାରୁ ଦିନେଶ କାର୍ତ୍ତିକ ଓ ରିଷଭ ପନ୍ଥଙ୍କ ଉପରେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟର ଖାସ୍‌ ନଜର ରହିଛି ।

ସେହିପରି ପ୍ରଥମ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ହୋଇଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ୨ୟ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରିବାର ସମ୍ଭାବନା ରହିଛି ।

   Related Posts