ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲା ସ୍ୱାମୀ, ଥାନାର ଦ୍ୱାରସ୍ଥ ହେଲେ ମହିଳା

Published By : Prameya-News7 Bureau | July 19, 2020 IST

ସାଲେପୁର, ୧୯।୦୭:  ସ୍ୱାମୀ କଲା ଦ୍ୱିତୀୟ ବିବାହ । ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି । ଏହାପରେ ସ୍ୱାମୀ ନାରେ ଥାନାରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ। କିଶନ ନଗର ଥାନା ଅଞ୍ଚଳର ଗୁହାଳି ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

{"id":302390,"width":683,"height":377,"sizeSlug":"large"}

ସୂଚାନନୁସାରେ, ଗ୍ରାମର ପ୍ରଭାତ ମଲିକ ନେମାଳ ଥାନା ଅଞ୍ଚଳ ମାଣିକପୁର୍ ଗ୍ରାମର କଳ୍ପନା ମଲିକଙ୍କୁ ଗତ ୦୮.୦୩.୨୦୧୪ ରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି   ଶାଶୁଘର ଲୋକେ ଦେଇ ଆସୁଥିଲେ  ନିର୍ଯ୍ୟାତନା। ଏପରିକି ଶାଶୁଘର ଲୋକେ ଶାରୀରିକ ଅତ୍ୟାଚାର କରି ଆସୁଥିଲେ । ନିର୍ଯାତନା ସହ୍ୟ କରିନପାରି କଳ୍ପନା ତାଙ୍କ ବାପ ଘରକୁ ପଳେଇ ଆସିଥିଲେ । ଏମିତି ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଉଭୟ ପରିବାର ପକ୍ଷରୁ  କୌଣସି ପ୍ରକାରର ସମାଧାନ ହୋଇ ପାରିନଥିଲା ।

ଉଭୟ ପରିବାର ମଧ୍ୟରେ ବିବାଦ ଚାଲିଥିଲେ ମଧ୍ୟ ପ୍ରଭାତ ଦ୍ଵିତୀୟ ବିବାହ କରୁଥିବା ସୂଚନା ପାଇଥିଲେ କଳ୍ପନା । ଏନେଇ ସେ କିଶନ ନଗର ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି। ଯଦି ଉପଯୁକ୍ତ ନ୍ୟାୟ ନ ମିଳେ ଆତ୍ମହତ୍ୟା କରିବେ ବୋଲ କଳ୍ପନା କହିଛନ୍ତି ।ଏଥି ସହ କଳ୍ପନାଙ୍କ ମଧ୍ୟ ଏକ ୫ ବର୍ଷର ପୁଅ ଅଛି ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.