ବିବାହିତ ସ୍ୱାମୀର ଦ୍ୱିତୀୟ ବିବାହ ଅଭିଯୋଗ; ଶାଶୁ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ

Published By : Prameya-News7 Bureau | October 25, 2022 IST

ଭଞ୍ଜନଗର ୨୫/୧୦: ବିବାହିତ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗ। ଫଳରେ ପ୍ରଥମ ସ୍ତ୍ରୀ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ କୋକଳବା ଗାଁରେ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍ୱାମୀ ଶିବରାମ ପ୍ରଧାନ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ଧାରଣାରେ ବସିଥିବା ସ୍ତ୍ରୀ ଗୀତାଞ୍ଜଳିଙ୍କୁ ତାଙ୍କ ଶାଶୁ ଘର ଲୋକ ଘର ଭିତରକୁ ଯିବାକୁ ଦେଉନାହାନ୍ତି। ତାଙ୍କ ଶାଶୁ ଓ ଦେଢ଼ଶୁର ମିଶି ଘର ଭିତରୁ ତାଲା ପକାଇ ଦେଇଛନ୍ତି।

ଖବରଅନୁସାରେ, ଗୀତାଞ୍ଜଳି ୨୦୧୭ ରେ କୋକଳବା ଗାଁର ଶିବରାମ ପ୍ରଧାନଙ୍କୁ ବୈଦିକ ରୀତି ନୀତିରେ ବାହା ହୋଇଥିଲେ। ଗୀତାଞ୍ଜଳିଙ୍କର ୪ବର୍ଷର ପୁଅଟିଏ ମଧ୍ୟ ଅଛି। ଗୀତାଞ୍ଜଳିଙ୍କ ଶାଶୁ, ଏବଂ ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ସହ ବାରମ୍ବାର ବାପ ଘରୁ ଟଙ୍କା ଆଣିବାକୁ କହୁଥିଲେ। ଏପରି ଅଧିକ ନିର୍ଯାତନା ଫଳରେ ଗୀତାଞ୍ଜଳି ତାଙ୍କ ବାପ ଘରେ ରହୁଥିଲେ। ଅକ୍ଟୋବର ୨୨ ଦିନ ସ୍ୱାମୀ ଅନ୍ୟ ଏକ ଝିଅ ସହିତ ବିବାହ କରୁଥିବା ଗୀତାଞ୍ଜଳି ଜାଣିପାରିଥିଲେ। ପରେ ସେ ତୁରନ୍ତ ଶାଶୁ ଘରକୁ ଆସି ନିଜ ଅଧିକାର ମାଗିଥିଲେ। ସେହି ସମୟରେ ଶାଶୁଘର ଲୋକ ତାଙ୍କ ଭାଇଙ୍କୁ ହତ୍ୟା ଧମକ ଦେଉଛନ୍ତି ବୋଲି ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ଗୀତାଞ୍ଜଳିଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଶାଶୁ ଘର ଆଗରେ ବସିବେ ବୋଲି ପାଇଁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.