Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ସୁମା ରିଅଲ୍ ମିଡିଆର ଦ୍ବିତୀୟ ଅବଦାନ: ଶୁକ୍ରବାର ‘ମନ ନେଇଗଲୁରେ’ ଚଳଚ୍ଚିତ୍ରର ଶୁଭ ମହୁରତ୍

24/12/2020 at 6:30 PM

ଭୁବନେଶ୍ବର୨୪/୧୨: ଶୁକ୍ରବାର ଆଇଟିଆର୍‌ କ୍ୟାମ୍ପସରେ ହେବ ସୁମା ରିଅଲ୍‌ ମିଡିଆର ଦ୍ବିତୀୟ ଅବଦାନ ‘ମନ ନେଇଗଲୁ ରେ’ ଚଳଚ୍ଚିତ୍ରର ଶୁଭ ମହୁରତ୍। ଏହି ଚଳଚ୍ଚିତ୍ରଟି ଯୁବପିଢ଼ିଙ୍କ କଲେଜ ଜୀବନ ଉପରେ ଆଧାରିତ । ଏହି ଫିଲ୍ମରେ ଆକ୍ସନ, ରୋମାନ୍ସ ସାଙ୍ଗକୁ କମେଡିର ତଡ଼କା ରହିଛି। ଏହି ଫିଲ୍ମଟିକୁ ଦର୍ଶକ ଆଦୃତ କରିବେ ବୋଲି ସୁମା ରିଅଲ୍ ମିଡିଆ ଆଶା ରଖିଛି। ଫିଲ୍ମର ପ୍ରଯୋଜନା ଭାର ସୁନୀଲ କୁମାର ଦାସ ସମ୍ଭାଳିଥିବା​‌ ବେଳେ ନିର୍ଦ୍ଦେଶନା ଭାର ସଞ୍ଜୟ ନାୟକ ନେଇଛନ୍ତି।

ଫିଲ୍ମରେ ନାୟକ ଭୂମିକାରେ ଜ୍ୟୋତି ନଜର ଆସିବେ ଏବଂ ନାୟିକା ଭୂମିକାରେ ଭୂମିକା ନଜର ଆସିବେ। ଦିଲୀପ କୁମାର ଦାସ ଏହି ସୁନ୍ଦର କାହାଣୀ ଲେଖିଛନ୍ତି। ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ତତ୍ବାବଧାନରେ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ୍ ସଙ୍ଗ୍ ରେକର୍ଡିଂ ହୋଇଛି। ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଜ୍ୟୋତିର୍ମୟୀ ଗୀତରେ କଣ୍ଠଦାନ କରିଛନ୍ତି। ଫିଲ୍ମଟି ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ପ୍ରଯୋଜକ ସୁନୀଲ କୁମାର ଦାସ କହିଛନ୍ତି। ଫିଲ୍ମର ୪ଟି ଗୀତ ରହିଛି। ସେଥିମଧ୍ୟରୁ କଟକ ଶକ୍ତି ଷ୍ଟୁଡିଓରେ ଫିଲ୍ମର ଟାଇଟଲ ସଙ୍ଗ୍ ରେକର୍ଡ ହୋଇ ସାରିଛି।

   Related Posts