ଦ୍ବିତୀୟ ଦିନରେ କାକଟପୁର ମା’ ମଙ୍ଗଳା ମନ୍ଦିରର ସେବାୟତଙ୍କ ଆନ୍ଦୋଳନ

Published By : Prameya-News7 Bureau | September 18, 2018 IST

ପୁରୀ ୧୮|୯: ଦ୍ବିତୀୟ ଦିନରେ କାକଟପୁର ମା’ ମଙ୍ଗଳା ମନ୍ଦିରର ସେବାୟତଙ୍କ ଆନ୍ଦୋଳନ । ସ୍ବାଭାବିକ ଭାବେ ଚାଲିଛି ମାଙ୍କ ପୂଜାର୍ଚ୍ଚନା, ତେବେ ଆଜି ବି ଭକ୍ତଙ୍କୁ ସହଯୋଗ କରୁନାହନ୍ତି ସେବାୟତ । ଗତ ୧୬ ତାରିଖରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୩ ସେବାୟତଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫଦାରୀକୁ ପ୍ରତିବାଦ କରି ସବୁ ସେବାୟତ ଅସହଯୋଗ କରୁଛନ୍ତି । ସେବାୟତଙ୍କ କହିବା କଥା, ପ୍ରଥମେ ମହିଳା ଓ ସେମାନଙ୍କ ପରିବାର ଲୋକ ଆକ୍ରମଣ କରିଥିଲେ। ସିସି ଟିଭିରେ କଏଦ ହୋଇଛି ସେ ସମୟର ଦୃଶ୍ୟ । ପୋଲିସ ସିସିଟିଭି ଆଧାରରେ ତଦନ୍ତ କରୁ ବୋଲି ସେବାୟତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.