କୋଣାର୍କ ୨୫।୦୯ : ୨ୟ ଦିନରେ ଚାଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଚାରିପଟର ଜିପିଆର୍ ସର୍ଭେ । କୋଣାର୍କ ସୂର୍ଯ୍ୟ ମନ୍ଦିରର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରିବା ପୂର୍ବରୁ ଦୁଇ ଦିନ ଧରି ଏଏସଆଇ ପକ୍ଷରୁ ଚାଲିଛି ଏହି ଜିପିଆର ସର୍ଭେ । କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରିପଟର ଭୂତଳ ଜିପିଆରଏସ ସର୍ବେକ୍ଷେଣ ପରେ ଆରମ୍ଭ ହେବ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ।
ମଙ୍ଗଳବାର ହାଇଦ୍ରାବାଦର ଏନଜିଆରଆଇ (National Geographical Reaserch Institute)ର ୩ ଜଣିଆ ବୈଜ୍ଞାନିକ ଟିମ ଆରମ୍ଭ କରିଥିଲେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରିପଟର ଜିପିଆର ସର୍ଭେ । ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵରେ ଜିପିଆରଏସ ଟେକ୍ନୋଲୋଜିରେ ୧୦ରୁ ୧୫ ମିଟର ଭୂତଳକୁ ସ୍କାନିଂ କରାଯାଇଥିଲା । ହାଇଦ୍ରାବାଦର ତିନି ଜଣିଆ ବୈଜ୍ଞାନିକ ଟିମ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ସୂର୍ଯ୍ୟମନ୍ଦିର ପୂର୍ବ ଦିଗ ଫାଟକ ବାହାରେ ଥିବା ବଗିଚାର ମାଟି ତଳେ କିଛି ସ୍ଥାନରେ ପ୍ରାଚୀନ କୀର୍ତ୍ତିରାଜି ଥିବାର ସନ୍ଧାନ ମିଳିଛି ବୋଲି ସୂଚନା ଦେଇଛନ୍ତି ଏଏସଆଇର ପୁରୀ ସର୍କଲ ଅଧିକ୍ଷକ ।
ଅତ୍ୟାଧୁନିକ ଜିପିଆରଏସ ସର୍ଭେ ରିପୋର୍ଟ ମିଳିବା ପରେ ସୂର୍ଯ୍ୟମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ ଆରମ୍ଭ । ଜିପିଆରଏସ ସର୍ଭେ ରିପୋର୍ଟକୁ ଆଧାର କରି ଏଏସଆଇ ପକ୍ଷରୁ ପ୍ରଥମ ପର୍ଯ୍ୟରେ ଅଗର ମେସିନ ଦ୍ୱାରା ସେଇ ସ୍ଥାନରେ ଡ୍ରିଲିଙ୍ଗ କାର୍ଯ୍ୟ ଆରମ୍ଭ କରାଯାଇଛି l ଖନନ କାର୍ଯ୍ୟ ସରିବା ପରେ ମନ୍ଦିର ଉତ୍ତର ସୂର୍ଯ୍ୟମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ ପାଇଁ ଏଏସଆଇ ପକ୍ଷରୁ ନକ୍ସା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ସାରିଥିଲା ବେଳେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆଉ କିଛି ଐତିହ କୀର୍ତିରାଜି କଳାକୃତି ଲୁଚି ରହିଛି କି ନାହିଁ ତା ଆଗାମୀ ଦିନରେ ଜିପିଆର ସର୍ଭେ ଜଣାପଡିବ l