ରାଜ୍ୟରେ ଦ୍ବିତୀୟ କରୋନା ମୃତ୍ୟୁ, ମୃତକ ଖୋର୍ଦ୍ଧା ଜିଲ୍ଲାର

Published By : Prameya-News7 Bureau | May 06, 2020 IST

ଭୁବନେଶ୍ବର ୬।୫ : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଦ୍ବିତୀୟ ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଓ୍ବେବସାଇଟ୍ ରେ ସୂଚନା ଦିଆଯାଇଛି । ତେବେ ତାଙ୍କ ସମ୍ବନ୍ଧରେ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ ।

{"id":265386,"sizeSlug":"large"}

ପୂର୍ବରୁ ମୃତ୍ୟୁ ହୋଇଥିବା କରୋନା ସଂକ୍ରମିତ ଜଣଙ୍କ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ରହିଥିଲେ । ତେବେ ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଲାଣି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୪୭ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪ଟି ଆକ୍ଟିଭ କେସ୍ ରହିଛି । ସେହିପରି ୩୧ ଜଣ ସୁସ୍ଥ ହୋଇଛନ୍ତି ।

{"id":265389,"sizeSlug":"large"}

ଅନ୍ୟପଟେ ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

{"id":265397,"sizeSlug":"large"}

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୫ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ସେହିପରି ଦୁଇ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୬୦ଜଣ ସୁସ୍ଥ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.