ଆଦାନୀ-ହିଣ୍ଡନବର୍ଗ ମାମଲାର ଯାଞ୍ଚ ପାଇଁ ଆଉ ଛଅ ମାସ ସମୟ ମାଗିଲା ସେବି, ଆବେଦନକାରୀଙ୍କ ବିରୋଧ

Published By : Prameya-News7 Bureau | May 03, 2023 IST

ନୂଆଦିଲ୍ଲୀ, ୦୩/୦୫: ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡନବର୍ଗ ରିସର୍ଚ୍ଚରେ ହୋଇଥିବା ଅଭିଯୋଗର ଯାଞ୍ଚ ପାଇଁ ସେବି ସୁପ୍ରିମ କୋର୍ଟଙ୍କୁ ଆଉ ଅତିରିକ୍ତ ୬ ମାସର ସମୟ ମାଗିଛି। ଅବଶ୍ୟ ଏହାକୁ ଆବେଦନକାରୀ ବିରୋଧ କରିଛନ୍ତି। ଆବେଦନକାରୀଙ୍କ କହିବା ଅନୁଯାୟୀ ବଜାର ନିୟାମକ ସେବିକୁ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇସାରିଛି।

ଆବେଦନକାରୀ ବିଶାଲ ତିଓ୍ବାରୀ ମେ ୨ରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୀଠଙ୍କ ନିକଟରେ ଅପିଲ୍‌ କରି ଯାଞ୍ଚ ପାଇଁ ଅଧିକ ସମୟ ଦେବାକୁ ବିରୋଧ କରି କରିଛନ୍ତି। ବିଶାଲ ତିଓ୍ବାରୀ କହିଛନ୍ତି ଏହାଦ୍ବାରା ଯାଞ୍ଚ ଅଧିକ ବିଳମ୍ବ ହେବ। ପ୍ରକୃତରେ ଗତ ସପ୍ତାହରେ ଶେୟାର ବଜାର ନିୟାମକ ସେବି ସୁପ୍ରିମକୋର୍ଟରେ ଅପିଲ୍‌ କରି ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଲଗାଯାଇଥିବା ଅଭିଯୋଗର ଯାଞ୍ଚ ପାଇଁ ଛଅ ମାସର ଅତିରିକ୍ତ ସମୟ ମାଗିଥିଲା। ଏହା ଉପରେ ସୁପ୍ରମକୋର୍ଟ କହିଛନ୍ତି ଏହି ମାମଲାରେ ସେବିକୁ ଆଦାନୀ ଗ୍ରପ୍‌ ସୖହ ଜଡ଼ିତ ଦସ୍ତାବିଜ୍ ଏକାଠି କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇସାରିଛି।

ଏହା ପୂର୍ବରୁ ମାର୍ଚ୍ଚ ୨ ରେ ସୁପ୍ରିମକୋର୍ଟ ସେବିକୁ ଅଭିଯୋଗକୁ ନେଇ ଯାଞ୍ଚ କରିବାକୁ ଆଦେଶ ଦେଇଥିଲେ। ଯଉେଁଥିରେ ‌ଦୁଇ ମାସ ମଧ୍ୟରେ ‌ଯାଞ୍ଚ ସାରିବାକୁ ଆଦେଶ ଦିଆଯାଇଥିଲା। କିନ୍ତୁ ଏବେ ସେବି ଆଉ ଛଅ ମାସ ସମୟ ମାଗିଛି। ସେବି କୋର୍ଟକୁ କହିଛି ହିଣ୍ଡନବର୍ଗର ଅଭିଯୋଗ ଅନୁଯାୟୀ ୧୨ ଏଭଳି ସନ୍ଦିଗ୍ଧ ଟ୍ରାଞ୍ଜାକ୍ସନ ରହିଛି ଯାହାର ଯାଞ୍ଚ କରିବା ପାଇଁ ୧୫ ମାସ ସମୟ ଦରକାର। ଆଦାନୀ ମାମଲା ସାମ୍ନାକୁ ଆସିବା ପରେ ମାର୍ଚ୍ଚ ୨ରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଏ ଏମ ସପ୍ରେଙ୍କ ଅଧ୍ୟକ୍ଷତାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଯାହା ସେବିର ନିୟମକୁ ମଜବୁତ କରିବା ପାଇଁ ସୁପାରିଶ କରିବ।

ସୂଚନାଥାଉକି, ଆଦାନୀ ସମୂହକୁ ନେଇ ହିଣ୍ଡନବର୍ଗର ଖୁଲାସା ପରେ ସୁପ୍ରିମକୋର୍ଟରେ ତିନି ଯାଚିକା ଦାୟର ହୋଇଥିଲା। ଯେଉଁଥିରୁ ଗୋଟିଏ ବିଶାଲ ତିଓ୍ବାରୀଙ୍କ ଥିଲା ଯେଉଁଥରେ ହିଣ୍ଡନବର୍ଗର ଅଭିଯୋଗ ଉପରେ ଯାଞ୍ଚ ଦାବି କରାଯାଇଥିଲା। ଅନ୍ୟ ଯାଚିକା କଂଗ୍ରେସ ନେତା ଜୟା ଠାକୁର ଏବଂ ତୃତୀୟ ଯାଚିକା ଏମ ଏଲ ଶର୍ମା ଦାୟର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.