ବିଚଳିତ ହୁଅନ୍ତୁନି ନିବେଶକ, ହିଣ୍ଡନବର୍ଗ ରିପୋର୍ଟ ଭ୍ରମରେ ନ ପଡନ୍ତୁ: SEBI

Published By : Prameya-News7 Bureau | August 11, 2024 IST

ମୁମ୍ବାଇ : ବଜାର ନିୟାମକ ସେବି ହିଣ୍ଡନବର୍ଗ ରିପୋର୍ଟକୁ ଖାରଜ କରି ନିବେଶକଙ୍କୁ ଆଦୌ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେମାନେ ହିଣ୍ଡନବର୍ଗ ରିପୋର୍ଟ ଭ୍ରମରେ ନ ପଡନ୍ତୁ ବୋଲି ଏଥିରେ କୁହାଯାଇଛି। ସେବି ସୋମବାର ବଜାର ଖୋଲିବା ପୂର୍ବରୁ ଜାରି ତାଙ୍କ ବୟାନରେ ରବିବାର କହିଛନ୍ତି ଯେ ଚେୟାରପର୍ସନ ମାଧବୀ ପୁରୀ ବୁଚ୍ ସମୟସମୟରେ ସବୁ ଜରୁରି ସୂଚନା ଦେଉଛନ୍ତି। ସେ ସେବି ଚେୟାରମ୍ୟାନ ହେବା ପୂର୍ବରୁ ସମ୍ଭାବିତ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟ ସମ୍ପର୍କିତ ମାମଲାରୁ ନିଜକୁ ପୃଥକ କରି ନେଇଥିଲେ। 

ସେବି କହିଛନ୍ତି ଯେ ଆମେ ଗତବର୍ଷ ଆଦାନୀ ଗ୍ରୁପ ବିରୋଧରେ ହୋଇଥିବା ୨୪ ଅଭିଯୋଗରୁ ୨୩ଟିର ଯାଞ୍ଚ ପୁରା କରିସାରିଛୁ। ଏଥିରେ ଗତ ଥର କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇନାହିଁ। ଏବେ ବ୍ଲାକଷ୍ଟୋନକୁ ନେଇ କରାଯାଇଥିବା ଅଭିଯୋଗ ମଧ୍ୟ ମିଥ୍ୟା। ସେବି ନିବେଶକଙ୍କୁ କହିଛନ୍ତି ଯେ ଏପରି ରିପୋର୍ଟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଯେଉଁମାନେ ଏହି ରିପୋର୍ଟ ପଢିଛନ୍ତି ଓ ଦେଖିଛନ୍ତି ସେମାନେ ରିପୋର୍ଟର ‘ଡିସକ୍ଲାମର’କୁ ମଧ୍ୟ ପଢନ୍ତୁ। 

ଯେଉଁ ପର୍ଯ୍ୟନ୍ତ କନଫ୍ଲିକ୍ଟି ଅଫ ଇଣ୍ଟରେଷ୍ଟର କଥା ଉଠୁଛି ସେବି ପୂର୍ଣ୍ଣ ସଂରଚନା କରି ରଖିଛନ୍ତି। ଏଥିରେ ସିକ୍ୟୁରିଟିଜର ହୋଲ୍ଡିଂ ଓ ଟ୍ରାନ୍ସଫରର ସୂଚନା ଦେବାକୁ ହୋଇଥାଏ। ସେବି ମୁଖ୍ୟ ଏହି ସବୁ ନିୟମର ପାଳନ କରିଛନ୍ତି। ସେବି ଗତ ରିପୋର୍ଟ ପରେ ଆରମ୍ଭ କରାଯାଇଥିବା ଯାଞ୍ଚ ସମ୍ପର୍କରେ ସୂଚିତ କରି କହିଛନ୍ତି ଯେ ସୁପ୍ରିମକୋର୍ଚ ମଧ୍ୟ ତାଙ୍କ ଆଦେଶରେ ସ୍ଥିତି ସ୍ପଷ୍ଟ କରିଦେଇଥିଲେ। କେବଳ ଗୋଟିଏ ଯାଞ୍ଚ ଏବେବି ଜାରି ରହିଛି, ତାହା ମଧ୍ୟ ଖୁବ୍ ଶୀଘ୍ର ପୂରଣ ହୋଇଯିବ। ଯାଞ୍ଚରେ ଆମେ ୧୦୦ରୁ ଅଧିକ ସମନ ଜାରି କରିଥିଲୁ ଓ ଏହି ପ୍ରସଙ୍ଗରେ ବିଦେଶୀ ରେଗୁଲେଟର ଓ ଏଜେନ୍ସୀଙ୍କୁ ମଧ୍ୟ ସହାୟତା ମାଗିଥିଲୁ। ଏହା ସହ ଗତ ଥର ଅଭିଯୋଗର ତଦନ୍ତ ନିମନ୍ତେ ଆମେ ୧୨ ହଜାର ପୃଷ୍ଠାର ୩୦୦ରୁ ଅଧିକ ଡକ୍ୟୁମେଣ୍ଟ ଖୋଜିଥିଲୁ। ତେବେ ଏଥିରୁ କିଛି ମିଳି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.