ସାହାରା ପ୍ରମୁଖଙ୍କ ଉପରେ ସେବିର କାର୍ଯ୍ୟାନୁଷ୍ଠାନ, ବହୁ ଅଧିକାରୀଙ୍କ ଉପରେ ବି ଆକ୍ସନ, ବାଜ୍ୟାପ୍ତ ହେବ ସମ୍ପତ୍ତି

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: ସାହାରା ଗ୍ରୁପ ଏବଂ ଏହାର ଅଧ୍ୟକ୍ଷ ସୁବ୍ରତ ରୟଙ୍କ ଅଡୁଆ କମ ହେବାର ନାଁ ଧରୁ ନାହିଁ ।  ଓଏଫସିଡି ଜାରି କରିବାରେ ନିୟମ ଉଲ୍ଲଂଘନ ମାମଲାରେ ସାହାରା ଗ୍ରୁପର ଏକ କମ୍ପାନି ଏବଂ ଏହାର ପ୍ରମୁଖ ସୁବ୍ରତ ରୟ ଏବଂ ଅନ୍ୟ ଅଧିକାରୀଙ୍କ ଠାରୁ ୬.୪୨ କୋଟି ଟଙ୍କା ଆଦାୟ କରିବାକୁ ସେବି ନିର୍ଦ୍ଦେଶ ଦେଇଛି । ଏଥିପାଇଁ ତାଙ୍କ ବ୍ୟାଙ୍କ ଏବଂ ଡିମେଟ୍ ଖାତା ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।   

ସେବି ନିଜ ନିର୍ଦ୍ଦେଶରେ କହିଛି ଯେ ବୈକଳ୍ପିକ ପୂର୍ଣ୍ଣ-ପରିବର୍ତ୍ତନୀୟ ଡିଭେଞ୍ଚର(ଓଏଫସିଡି) ଜାରି କରିବାରେ ସାହାରା ଗ୍ରୁପ ସହ ଜଡିତ ଅନ୍ୟ ପାଞ୍ଚ ଲୋକଙ୍କ ବିରୋଧରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କ ଠାରୁ ଜରିମାନା ଏବଂ ସୁଧ ସହ ମୋଟ ୬.୪୨ କୋଟି ଟଙ୍କା ଆଦାୟ କରାଯିବ । ସାହାରା ଇଣ୍ଡିଆର ରିୟଲ ଇଷ୍ଟେଟ୍ କର୍ପୋରେସନ, ସୁବ୍ରତ ରୟ, ଅଶୋକ ରୟ ଚୌଧୁରୀ, ରବିଶଙ୍କ ଦୁବେ ଏବଂ ବନ୍ଦନା ଭାର୍ଗବଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଦିଆଯାଇଛି ।    

ଗତ ଜୁନରେ ସେବି ନିର୍ଦ୍ଦେଶ ଜାରି ସାହାରା ଗ୍ରୁପର କମ୍ପାନି ଏବଂ ଏହାର ଚାରି ପ୍ରମୁଖ ଅଧିକାରୀଙ୍କ ଉପରେ ମୋଟ ଛଅ କୋଟି ଜରିମାନା ଲାଗୁ କରିଥିଲେ । ୨୦୦୮-୦୯ରେ ଓଏଫସିଡି ଜାରି କରି ନିବେଶକଙ୍କ ଠାରୁ ଟଙ୍କା ଏକାଠି କରିବା ମାମଲାରେ ସାହାରା ଉପରେ ଏହି ଜରିମାନା ଲାଗୁ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.