ବାବା ରାମ ଦେବଙ୍କ କମ୍ପାନୀକୁ ସେବି ପଠାଇଲା ନୋଟିସ୍‌, କୋଟିପତି କରିଦେବାକୁ ଗ୍ୟାରେଣ୍ଟି ଦେଇଥିଲେ ଯୋଗଗୁରୁ

Published By : Prameya-News7 Bureau | September 30, 2021 IST

ମୁମ୍ୱାଇ, ୩୦/୦୯: ସେୟାର ବଜାରର ନିୟନ୍ତ୍ରଣକାରୀ ସଂସ୍ଥା ସେବି ଯୋଗଗୁରୁ ବାବା ରାମ ଦେବ କମ୍ପାନୀ ରୁଚି ସୋୟାକୁ ନୋଟିସ୍‌ ଜାରି କରିଛି । ଏହି ନୋଟିସ୍‌ରେ ସେବି ଦର୍ଶାଇଛି ଯେ, ରାମ ଦେବଙ୍କ କମ୍ପାନୀ ନିୟମ ଉଲଙ୍ଘନ କରିଛି । ରାମଦେବଙ୍କ ପତଞ୍ଜଳି ଦେବାଳିୟା ପ୍ରକ୍ରିୟାରେ ରୁଚି ସୋୟାକୁ ୨୦୧୯ ମସିହାରେ ଅଧିଗ୍ରହଣ କରିଥିଲା । ଏହି କମ୍ପାନୀ ସେୟାର ବଜାରରେ ଲିଷ୍ଟେଡ୍‌ ରହିଛି ।

ମାମଲା ଅନୁସାରେ, ଆସ୍ଥା ଟିଭିରେ ପ୍ରସାରିତ ଏକ ଯୋଗ କାର୍ଯ୍ୟକ୍ରମ ସମୟରେ ରାମଦେବ ରୁଚି ସୋୟାର ଷ୍ଟକ୍‌ରେ ନିବେଶ କରିବାକୁ ଲୋକଙ୍କୁ କହୁଥିବା ଦେଖିବାକୁ ମିଳିଥିଲା । ଏଥି ସହିତ ରାମଦେବ ଆଉ କିଛି କଥା ଏଥିରେ କହିଥିଲେ, ଯାହାକି ସେବିର ନିୟମ ବିରୁଦ୍ଧ । ତେବେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ସେବି ବାବାଙ୍କ କମ୍ପାନୀକୁ ନୋଟିସ୍‌ ପଠାଇଛି ।

ଏହି ଭିଡିଓ କ୍ଲିପ୍‌ରେ ବାବା କହିଥିଲେ ଆଜି କାଲି ରୁଚି ସୋୟା ଏଫ୍‌ପିଓକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଆପଣ କଣ କୋଟିପତି ହେବାକୁ ଚାହୁଁଛନ୍ତି କି? ମୁଁ ଆପଣଙ୍କୁ କୋଟିପତି ହବାର ମନ୍ତ୍ର ଦେବି । ମୁଁ ଏବେ ଏବେ ସେୟାର ବଜାରରେ ନିବେଶ କରିବା ଶିଖିଛି । ଏଥିପାଇଁ ଏକ ଡିମାଟ୍‌ ଆକାଉଣ୍ଟ୍‌ ଖୋଲିବାକୁ ପଡ଼ିବ । ଯାହାକୁ ନେଇ ସେ ଏବେ ନୋଟିସ୍‌ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.