ହିଣ୍ଡେନବର୍ଗ ନୂଆ ରିପୋର୍ଟକୁ 'ସେବି' ମୁଖ୍ୟଙ୍କ ଖଣ୍ଡନ; ଆକ୍ସନ ନିଆଯିବାରୁ ଚରିତ୍ର ସଂହାର କରିବାକୁ ଚେଷ୍ଟା

Published By : Prameya-News7 Bureau | August 11, 2024 IST

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ନୂଆ ରିପୋର୍ଟକୁ ଭାରତରେ ଆଲୋଡ଼ନ ।  ଏଥର ହିଣ୍ଡେନବର୍ଗ ଟାର୍ଗେଟ୍‌ରେ ସେବି ମୁଖ୍ୟ । ଆଦାନୀ ଗ୍ରୁପ ସହ ଜଡ଼ିତ ମାମଲାରେ ବଜାର ନିୟାମକ ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍ ସାମିଲ୍ ରହିଛନ୍ତି । ଆଦାନୀ ମନି ସାଇଫନିଂ ସ୍କାଣ୍ଡାଲରେ ବ୍ୟବହୃତ ଦୁଇ ଅସ୍ପଷ୍ଟ ଅଫସୋର୍ ଫଣ୍ଡରେ ଭାଗିଦାରୀ ଥିବା ଦାବି ହୋଇଛି । ମାତ୍ର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ହୋଇଥିବା ଦାବିକୁ ଖଣ୍ଡନ କରିଛନ୍ତି ସେବି ମୁଖ୍ୟ ମାଧବୀ ବୁଚ୍ । ସେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ଚିରିତ୍ର ସଂହାର କରିବାକୁ ପ୍ରୟାସ କରାଯାଉଛି ।

ସେବି ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ କହିଛନ୍ତି, ସେ କୌଣସି ଆର୍ଥିକ କାରବାରର ପେପର ଦେଖିବାରେ କୁଣ୍ଠାବୋଧ ପ୍ରକାଶ କରିନାହାନ୍ତି ବା ଅଣଦେଖା କରିନାହାନ୍ତି । ହିଣ୍ଡେବର୍ଗର ପୂର୍ବ ରିପୋର୍ଟରେ କାରଣ ଦର୍ଶାଅ ନୋଟିସ୍ ଏବଂ ଆକ୍ସନ ନିଆଯାଇଥିବାରୁ ସର୍ଟ ସେଲର କମ୍ପାନି ପକ୍ଷରୁ ଚରିତ୍ର ସଂହର କରିବାକୁ ଚେଷ୍ଟା କରାଯାଇଛି । ଏହାଛଡ଼ା ସେ କହିଛନ୍ତି, ଅଗଷ୍ଟ ୧୦ ତାରିଖରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଯେଉଁ ଦାବି କରାଯାଇଛି, ସେଥିରେ କୌଣସି ପ୍ରକାର ସତ୍ୟତା ନାହିଁ । ଆଦାନୀ ମନି ସାଇଫନିଂ ସ୍କାଣ୍ଡାଲରେ ତାଙ୍କ ଲିଙ୍କ୍ ନାହିଁ, ଏଭଳି ଅଭିଯୋଗକୁ ସେ ଖଣ୍ଡନ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ଜୀବନ ଏବଂ ଅର୍ଥ ବ୍ୟବସ୍ଥାର ଏକ ଖୋଲା ବହି ପରି । ବଜାର କାରବାରର କାଗଜ ପତ୍ରକୁ ଦେଖିବାରେ ସେ କୌଣସି ସଙ୍କୋଚ କରିନାହାନ୍ତି କି କାହାକୁ ସହାନୁଭୂତି ଦେଖାଇନାହାନ୍ତି ବୋଲି ସେବି ମୁଖ୍ୟ ମାଧବୀ ବୁଚ୍ କହିଛନ୍ତି ।  

ଅଗଷ୍ଟ ୧୦ରେ ପ୍ରକାଶିତ ହିଣ୍ଡେନବର୍ଗ ନୂଆ ରିପୋର୍ଟରେ ଦାବି ହୋଇଛି, ଯେ ଆଦାନୀ ଗ୍ରୁପ ସହ ଜଡ଼ିତ ମାମଲାରେ ବଜାର ନିୟାମକ ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍ ସାମିଲ୍ ରହିଛନ୍ତି । ଆଦାନୀ ମନି ସାଇଫନିଂ ସ୍କାଣ୍ଡାଲରେ ବ୍ୟବହୃତ ଦୁଇ ଅସ୍ପଷ୍ଟ ଅଫସୋର୍ ଫଣ୍ଡରେ ଭାଗିଦାରୀ ଥିବା ଦାବି ହୋଇଛି । ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଏଥିରେ ନିବେଶ କରିଛନ୍ତି । ତେଣୁ ୨୦୨୩ରେ ପ୍ରକାଶିତ ରିପୋର୍ଟ ଉପରେ ଆକ୍ସନ ନେବାକୁ ସେବୀ ଅଧ୍ୟକ୍ଷା ପ୍ରସ୍ତୁତ ନଥିଲେ । ଏହି ଅଭିଯୋଗକୁ ସେବି ମୁଖ୍ୟ ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍ ଖଣ୍ଡନ କରିଛନ୍ତି ....  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.