ସେୟାର ବଜାର ନିବେଶକଙ୍କ ପାଇଁ ଖୁସି ଖବର, ବଦଳିବ ଟ୍ରେଡିଂର ରୂପ, SEBIର ପ୍ରସ୍ତାବ
6/02/2023 at 8:49 PM

ନୂଆଦିଲ୍ଲୀ: ସେୟାର ବଜାର ନିବେଶକଙ୍କ ପାଇଁ ଭଲ ଖବର ସାମନାକୁ ଆସିଛି । ବ୍ରୋକରଙ୍କ ଦ୍ୱାରା ନିବେଶକଙ୍କ ପୁଞ୍ଜିର ଦୁରୁପଯୋଗର ଆଶଂକା ଶେଷ କରିବା ପାଇଁ ସେବି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହା ଅଧିନରେ ବ୍ୟବସାୟୀ ଏବଂ କ୍ଲିୟରିଙ୍ଗ କର୍ପୋରେସନର ସଦସ୍ୟଙ୍କୁ ଦିନର ଶେଷରେ ନିବେଶକଙ୍କ ପୁଞ୍ଜି ନିଜ ପାଖରେ ରଖିବା ଉପରେ ରୋକ ଲାଗିବ ଏବଂ ସମ୍ପୂର୍ଣ୍ଣ ରାଶିକୁ ସେହି ଦିନ ହିଁ କ୍ଲିୟରିଂ କର୍ପୋରେସନକୁ ଟ୍ରାନ୍ସଫର କରିବା ନେଇ ପ୍ରସ୍ତାବ ଦିଆଯାଇଛି ।
ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯେତେବେଳେ ନିବେଶକ ବ୍ରୋକରଙ୍କ ପାଖରେ ପୁଞ୍ଜି ରଖନ୍ତି, ଏହାର ଗୋଟିଏ ଭାଗ ବ୍ରୋକର ନିଜ ପାଖରେ ରଖିଥାଏ ଏବଂ ଅନ୍ୟ ଏକ ଭାଗ କ୍ଲିୟରିଂ କର୍ପୋରେସନ ସଦସ୍ୟଙ୍କ ପାଖରେ ରହିଥାଏ । ବଳକା ରାଶି କ୍ଲିୟରଙ୍ଗ କର୍ପୋରେସନକୁ ଟ୍ରାନ୍ସଫର କରି ଦିଆଯାଇଥାଏ।
ସେବି ପ୍ରସ୍ତାବ ଅନୁସାରେ ଦୈନଦିନ ଆଧାରରେ ସେୟାର ବ୍ରୋକର ଏବଂ କ୍ଲିୟରିଙ୍ଗ ସଦସ୍ୟଙ୍କ ପାଖରେ ଥିବା ନିବେଶକଙ୍କ ସମସ୍ତ ପୁଞ୍ଜି କ୍ଲିୟରିଙ୍ଗ କର୍ପୋରେସନକୁ ଟ୍ରାନ୍ସଫର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପଦକ୍ଷେପ ପରେ ବ୍ରୋକର ଏବଂ କ୍ଲିରରିଙ୍ଗ ସଦସ୍ୟଙ୍କ ପାଖରେ ଥିବା ନିବେଶକଙ୍କ ପୁଞ୍ଜିର ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ ।
ସେବି ଉଦାହରଣ ଦେଇ କହିଛି ଯେ ଜାନୁଆରୀ ୬ର ସ୍ଥିତି ଅନୁସାରେ ଦୈନିକ ଖାତାରେ ନିବେଶକଙ୍କ ପ୍ରାୟ ୪୬,୦୦୦ କୋଟି ଟଙ୍କାର ବ୍ରୋକର ଏବଂ କ୍ଲିୟରିଙ୍ଗ ସଦସ୍ୟଙ୍କ ପାଖରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ଦେଶରେ ୧,୩୫୫ ସେୟାର ବ୍ରୋକର ସମସ୍ତ ସୁରକ୍ଷା ଉପାୟ ଅଧିନରେ ଆସୁ ନାହାନ୍ତି ।