LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଜାର ଟ୍ରେଡିଂରେ ବଦଳିଲା ନିୟମ, ଟଙ୍କା ବ୍ଲକ ସହ ସୁଧ ବ୍ୟବସ୍ଥା, ସେବିର ମଞ୍ଜୁରୀ

29/03/2023 at 10:51 PM

ନୂଆଦିଲ୍ଲୀ: ସେୟାର ବଜାର ନିୟାମକ ସଂସ୍ଥା ସେବି ସେକେଣ୍ଡ୍ରି ମାର୍କେଟ ଟ୍ରେଡିଂ ନିୟମରେ ବଡ଼ ପରିବର୍ତ୍ତନ କରିଛି । ଏବେ ନିବେଶକ ସେକେଣ୍ଡ୍ରି ମାର୍କେଟରେ ମଧ୍ୟ ଟ୍ରେଡିଂ ସମୟରେ ଟଙ୍କା ବ୍ଲକ୍ କରି ପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେପର୍ଯ୍ୟନ୍ତ ଟଙ୍କା ବ୍ଲକ ହୋଇ ରହିବ, ତାହା ଉପରେ ସୁଧ ମିଳିବ । ପ୍ରଥମ ଥର ପାଇଁ ସେକେଣ୍ଡ୍ରି ମାର୍କେଟରେ ବ୍ଲକ୍ ଟଙ୍କା ଉପରେ ସୁଧ ପ୍ରଦାନର ନିଷ୍ପତ୍ତିକୁ ସେବି ମଞ୍ଜୁରୀ ଦେଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ସୁବିଧା ଆଜି ଯାଏ କେବଳ ପ୍ରାରମ୍ଭିକ ସାର୍ବଜନୀନ ଅଫର (ଆଇପିଓ) ପାଇଁ ରହିଥିଲା ।

ଯେତେବେଳେ ଆପଣ ଆଇପିଓ କିଣିବା ପାଇଁ ଟଙ୍କା ନିବେଶ କରିନ୍ତି, ସେତେବେଳେ ସେୟାର ଆଲଟମେଣ୍ଟ ପର୍ଯ୍ୟନ୍ତ ଆପଣଙ୍କ ଟଙ୍କା ବ୍ଲକ ହୋଇ ରହିଥାଏ । ଯଦି ଆଇପିଓ ଆପଣଙ୍କୁ ମିଳେ ତେବେ ବ୍ଲକ ଟଙ୍କା ଆପଣଙ୍କ ଆକାଉଣ୍ଟରୁ କଟିଯିବ । ସେହିପରି ସେୟାର ନ ମିଳିବା ସ୍ଥିତିରେ ଟଙ୍କା ବ୍ୟଙ୍କ ଆକାଉଣ୍ଟକୁ ଫେରି ଆସିଥାଏ ।

ସେୟାର ବଜାରରେ ପୂର୍ବରୁ ଉପଲବ୍ଧ ସେୟାରର କିଣା-ବିକା ପ୍ରକ୍ରିୟା ସେକେଣ୍ଡ୍ରି ମାର୍କେଟରେ ହୋଇଥାଏ । ସରଳ ଶବ୍ଦରେ କହିବାକୁ ଗଲେ ବିଏସଇ ଏବଂ ଏନଏସଇରେ ଯେଉଁ କମ୍ପାନି ସୂଚୀବଦ୍ଧ ଅଛନ୍ତି, ସେମାନଙ୍କ ସେୟାର କିଣା-ବିକା ପ୍ରକ୍ରିୟାକୁ ସେକେଣ୍ଡ୍ରି ମାର୍କେଟ ଟ୍ରେଡିଂ କୁହାଯାଏ । ଏହି ଟେଡ୍ରିଂ ସିଧାସଳଖ କରିପାରିବେ ନାହିଁ । ଏଥିପାଇଁ ଜଣଙ୍କୁ ବ୍ରୋକର ସହାୟତା ନେବାକୁ ପଡ଼ିଥାଏ । ଏଣିକି ଏପରି ବଜାରରେ ଟ୍ରେଡିଂ ଉପରେ ଟଙ୍କା ବ୍ଲକ ସୁବିଧା ଦିଆଯାଇଛି । ଏହି ବ୍ୟବସ୍ଥାକୁ ASBA (ଆପଲିକେସନ ସପୋର୍ଟେଡ୍ ଭାଆ ବ୍ଲକଡ ଆମାଉଣ୍ଟ ) ମଧ୍ୟ କୁହାଯାଏ । ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ନିବେଶକଙ୍କ ଟଙ୍କାକୁ ସେୟାର ବ୍ରୋକରଙ୍କ ଦୁରୁପଯୋଗରୁ ସୁରକ୍ଷିତ ରଖିବା ।

   Related Posts